www.samajalive.in
Sunday, December 14, 2025
23.1 C
Bhubaneswar

ଶ୍ରମିକଙ୍କୁ ମିଳୁନି ମଜୁରୀ : ଜଳ ଅବଶୋଷଣ ଫିଟ୍ ନିର୍ମାଣରେ ଦୁର୍ନୀତି ଅଭିଯୋଗ

ଫୁଲବାଣୀ : ମନରେଗା (ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ) ଦୁର୍ନୀତି । ଜଳଅବଶୋଷଣ ଖାତ ବା ଫିଟ ନିର୍ମାଣ ନାମରେ ଲକ୍ଷ ଲକ୍ଷ ଟଙ୍କା ଲୁଟ କଲେ ଗାଁ ସାଥି। ଏଭଳି ଅଭିଯୋଗ କରିଛନ୍ତି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଳକ ଲେତିଙ୍ଗିଆ ଗ୍ରାମର ଖାତ ଖୋଳୁଥିବା ଶ୍ରମିକ।
ସୂଚନା ଅନୁଯାଇ କ.ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୦୨୩ବର୍ଷରେ ଲେତିଙ୍ଗିଆ ପଞ୍ଚାୟତ ବିଜିପାକ୍ଷଙ୍ଗ  ଗ୍ରାମର ପାହାଡ଼ରୁ ଆସୁଥିବା ବର୍ଷା ଜଳକୁ ଚାଷ ଜମିରେ ନ ମାଡ଼ିବା ପାଇଁ ଜଳଅବଶୋଷଣ ଖାତ ବା ଫିଟ୍ ନିର୍ମାଣ କରିବା ନିମନ୍ତେ ସ୍ଥାନୀୟ ଶ୍ରମିକ ମନରେଗା ଯୋଜନାରେ କାର୍ଯ୍ୟ କରିଥିଲେ । କିନ୍ତୁ ଏକ ବର୍ଷ ହେବ ବକେୟା ଥିବା ମଜୁରୀ ଟଙ୍କା ପାଇପାରୁ ନାହାନ୍ତି । ଏପଟେ କାମ କରିନଥିବା ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ପଠାଇ ଆତ୍ମସାତ କରାଯାଇଥିବା ଅଭିଯୋଗ କରିଛନ୍ତି ଶ୍ରମିକ। ଆର୍ଥିକ ବର୍ଷ ୨୦୨୩ ବର୍ଷ ଅଗଷ୍ଟ ମାସ ସୁଦ୍ଧା ବେନାମି ଖାତାକୁ ମନରେଗା ଯୋଜନାରେ ଟଙ୍କା ପଠେଇ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ଅର୍ଥ  ଆତ୍ମସାତ କରିଛନ୍ତି।  ଦୋକାନୀ ପ୍ରମଦ ବିନ୍ଧାଣି ଏବଂ ଏକ ଏନଜିଓ ରେ କାର୍ଯ୍ୟ କରୁଥିବା ଲୁକାଶ ପ୍ରଧାନଙ୍କ ବ୍ୟାଙ୍କ ଖାତାକୁ ଲକ୍ଷ ଲକ୍ଷ ଟଙ୍କା ପଠାଇ ଆତ୍ମସାତ କରିଥିବା ଗାଁ ସାଥିଙ୍କୁ ବହିଷ୍କାର କରିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି। କେବଳ ସେତିକି ନୁହେଁ , କେରଳରେ ରହୁଥିବା ଜଣେ ଶ୍ରମିକ ପଙ୍କଜ ମଲିକ(ଗାଁ ସାଥିଙ୍କ ଭାଇ)ଙ୍କ ଏକାଉଣ୍ଟକୁ ଏବଂ ଜଣେ ୱାର୍ଡ଼ ମେମ୍ବରଙ୍କ ଏକାଉଣ୍ଟକୁ ମଧ୍ୟ ଏହି କାର୍ଯ୍ୟ ସମେତ ଅନ୍ୟ କେତେକ କାର୍ଯ୍ୟର ଟଙ୍କା ପଠାଯାଇଥିବା ଏକ ତଦନ୍ତରୁ ଜଣାଯାଇଛି। ଏନେଇ ଗାଁ ସାଥି ହେମନ୍ତ ମଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ କାମ କରିନଥିବା ଲୋକଙ୍କୁ ଟଙ୍କା ପଠାଇ ତାଙ୍କ ଠାରୁ ଟଙ୍କା ମାଗି କାମ କରିଥିବା ଲୋକଙ୍କୁ ଦେଇଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ପିଇଓ( ପଂଚାୟତ ନିର୍ବାହୀ ଅଧିକାରୀ)ଙ୍କୁ ପଚାରିବାରୁ ସେ କୌଣସି ପ୍ରକାର ଉତ୍ତର ଦେଇ ନାହାନ୍ତି । ଏଭଳି ଏହି ପଂଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ହେଉଥିବ ଗ୍ରାମବାସୀ ପ୍ରମୋଦ ମଲିକ ଅଭିଯୋଗ କରିଛନ୍ତି ଓ ଏହାର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଶ୍ରମିକ ମାନେ ଦାବି କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories