www.samajalive.in
Sunday, December 14, 2025
26.1 C
Bhubaneswar

ଯୁବା ବାର୍ତ୍ତା କାର୍ଯ୍ୟକ୍ରମ ଆୟୋଜିତ

ସମ୍ବଲପୁର  : ଯୁବା ବାର୍ତ୍ତା ନାମକ ଏକ କାର୍ଯ୍ୟକ୍ରମ ମାଁ ଲିମ୍ସରିଏନ୍ ଯୁବକ ସଚେତନା ସଙ୍ଘ ଅନୁଷ୍ଠାନ ତରଫରୁ ରବିବାର ଆୟୋଜିତ ହୋଇଯାଇଛି । ଏହି ଯୁବ ବର୍ଗର ସମ୍ମିଳନୀରେ ଯୁବ ଚିନ୍ତା ଧାରାକୁ ସାମାଜିକ ଅନୁଷ୍ଠାନିକ ସ୍ତରରୁ ନେଇ ପ୍ରଶାସନିକ ସ୍ତରରେ ଉପସ୍ଥାପନା କରିବା ସହିତ ଆଗାମି ଦିନରେ ସାମାଜିକ ପରିବର୍ତ୍ତନ ପାଇଁ ଯୁବ ବର୍ଗ ଆଗଧାଡିରେ ରହି କିପରି ଭୁମିକା ନିର୍ବାହ କରିବେ ତାର ଏକ ପ୍ରସ୍ତୁତି ମଞ୍ଚ। ରବିବାର ଦିନ ମାଁ ଲିମ୍ସରିଏନ୍ ଯୁବକ ସଚେତନା ସଙ୍ଘ ଦ୍ୱାରା ଯୁବା ବାର୍ତ୍ତା କାର୍ଯ୍ୟକ୍ରମ ସ୍ଥାନୀୟ କମିଶନର କଲୋନି ସ୍ଥିତ ଗାନ୍ଧୀ ଉଦ୍ୟାନରେ ଆୟୋଜିତ ହୋଇଥିଲା । ସଙ୍ଘ ତରଫରୁ ଯୁବା ବାର୍ତ୍ତାର ଏହି ପ୍ରଥମ ସମ୍ମିଳନୀରେ “କେବଳ ଯୁବକ ମାନେ ଦେଶକୁ ବଦଳେଇ ପାରିବେ” ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନରୁ ସଙ୍ଘର ସଦସ୍ୟ ମାନେ ଏହି ସଭାରେ ଯୋଗଦେଇ ଯୁବକ ମାନେ ସାଂପ୍ରତିକ ପରିସ୍ଥିତିରେ ଦେଶ ନିର୍ମାଣ ପାଇଁ ଯୁବ ଗୋଷ୍ଠିର ଯୋଗ୍ୟତା ଓ ଭୁମିକା ଉପରେ ଆଲେଚନା କରିଥିଲେ । ଆୟୋଜିତ ଏହି ସଭାରେ ଶିକ୍ଷାବୀତ ରାଜେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବା ବାର୍ତ୍ତା କାର୍ଯ୍ୟକ୍ରମର ଉପକାରିତା ଉପରେ ସହଭାଗୀ ମାନଙ୍କୁ ବୁଝାଇ ଆଗାମୀ ଦିନରେ ଏହା କିପରି ସୁଦୃଢ ସମାଜ ଗଠନ ପାଇଁ ଆବଶ୍ୟକ ସେ ବିଷୟ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଲମ୍ବୋଧର ମେହେର, ଆଭାସ ପାଢ଼ୀ, ରୋଜା ଆଚାରି, ଅନୁଜ ଛତ୍ରିଆ, ଯୁବକ ସହିତ ଅନ୍ୟାନ୍ୟ ବର୍ଗ ଏକତ୍ରିତ ହୋଇ ସମାଜ ଗଠନ ସମ୍ଭବ ବୋଲି କହିଥିଲେ ଏବଂ କିପରି ଏକ ଗୁଣାତ୍ମକ ଯୁବକର ଭୁମିକା ସମାଜ ପାଇଁ ନିତ୍ୟାନ୍ତ ଆବଶ୍ୟକ ତାହ ଉପସ୍ଥାପିତ କରିଥିଲେ।  ଯୁବ ଆଇନଜୀବୀ ସଂଜୀବ ପାତ୍ର ଯୁବ ସଶକ୍ତୀକରଣରେ ସମ୍ବିଧାନ ବିଷୟରେ କହିଥିଲେ । ଅମିତ ସ୍ୱାଇଁ ଯୁବା ବାର୍ତ୍ତା କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଉପସ୍ଥାପନା ରଖିଥିଲେ । ଅସିମ୍ ପତି କାର୍ଯକ୍ରମର ନିୟମାବଳୀ ବିଷୟରେ କହିଥିଲେ । ଅବିନାଶ ପାଣିଗ୍ରାହୀ ଓ କୈଳାଶ ମେହେର କାର୍ଯକ୍ରମ ପରିଚାଳନା କରିଥିଲେ। ଶେଷରେ ଅଂଶୁମାନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories