www.samajalive.in
Sunday, December 14, 2025
16.1 C
Bhubaneswar

ପୁରୁଷ ବର୍ଗରେ ଅନାମିକା କ୍ଲବ ଓ ମହିଳା ବର୍ଗରେ ୱାବିଏ ଦଳ ଚାମ୍ପିୟନ

ସମ୍ବଲପୁର  : ସମ୍ବଲପୁରର କୁଞ୍ଜେଲପଡା ଠାରେ ଦ୍ୱିତୀୟ କୁଞ୍ଜଲ ସିଂ କବାଡି ପ୍ରତିଯୋଗିତା ୟଙ୍ଗ ବଏଜ ଏସୋସିଏସନ ତରଫରୁ ଆୟୋଜିତ ହୋଇଯାଇଛି । ରବିବାର ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚର ପୁରୁଷ ବର୍ଗରେ ଅନାମିକା କ୍ଲବ ଓ ମହିଳା ବର୍ଗରେ ୟଙ୍ଗ ବଏଜ ଏସୋସିଏସନ ଦଳ ବିଜୟୀ ହୋଇ ଚଳିତ ବର୍ଷର ଚାମ୍ପିୟନ ହୋଇଛନ୍ତି । ପୁରୁଷ ଫାଇନାଲ ମ୍ୟାଚରେ ଅନାମିକା କ୍ଲବ ୫୧-୨୦ ପଏଣ୍ଟରେ ବୀର ବଜରଙ୍ଗ ସଂଘକୁ ପରାସ୍ତ କରିଛି । ସେହିଭଳି ମହିଳା ବର୍ଗରେ ୱାବିଏ ଦଳ ଜିଏମୟୁ ଦଳକୁ ୬୮-୧୭ ପଏଣ୍ଟରେ ହରାଇ ଚଳିତ ବର୍ଷର ଚାମ୍ପିୟନ ହୋଇଛି।

- Advertisement -

ଏହି ପ୍ରତିଯୋଗିତାର ଉଦଯାପନୀ ଓ ପୁରସ୍କାର ବିତରଣ ଉତ୍ସବରେ ଜଗତସିଂହପୁର ଜିଲା ଜଜ ଅନୁପ ଚନ୍ଦନ ମୁଖ୍ୟ ଅତିଥି, ସୋନପୁରର ଅତିରିକ୍ତ ଜିଲାପାଳ ସୁର୍ଯ୍ୟ ନାରାୟଣ ଦାଶ ଓ ସକାଳ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ସମରେନ୍ଦୁ ଦାସ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ବିଜେତା, ଉପବିଜେତା ଦଳ ଗୁଡିକୁ ପୁରସ୍କୃତ କରିଥିଲେ । ଏହି ଅବସରରେ ବର୍ଷିୟାନ ଖେଳାଳି ଜଗଦିଶ ଅଗ୍ରୱାଲଙ୍କୁ ସମ୍ମାନୀତ କରାଯାଇଥିଲା। ଫାଇନାଲ ମ୍ୟାଚ ଗୁଡିକୁ ରାଜେଶ ସେଠ, କାର୍ତ୍ତିକ ବାରିକ, ଭଜନ ତରିଆ, ସୁମନ୍ତ ବାଗ, ଗୀତା କଂସାରୀ, ମାଳତି ସେଠ, ରମେଶ ବରିହା, ଇନ୍ଦ୍ରଜିତ ବାଗ, ଦିଲିପ ସାହୁ, ପ୍ରଶାନ୍ତ ସେଠ, ଆନନ୍ଦ ପତି, ସୁବିର ରାଏ, ଅବିନାଶ ମିତ୍ର, ଉମାପତି ତ୍ରିପାଠୀ, ସୁମନ୍ତ ବାଗ ଓ ସନ୍ତୋଷିନୀ ଭୁୟାଁ ପ୍ରମୁଖ ପରିଚାଳନା କରିଥିଲେ। ରାମଦାସ ପଣ୍ଡା ଓ ସାହେବ ଖମାରୀ ମଞ୍ଚ ପରିଚାଳନା କରିଥିଲେ। ପ୍ରତିଯୋଗିତାକୁ ଆୟୋଜନ ଓ ପରିଚାଳନାରେ ୱାବିଏ ର ସଭାପତି ପ୍ରେମ ରଞ୍ଜନ ପ୍ରଧାନ, ସମ୍ପାଦକ ଶୁଭ୍ରାଂଶୁ ପଣ୍ଡା, ସଂଯୋଜକ ଶ୍ରୀକାନ୍ତ ବାରିକ, ବିଶ୍ୱରଞ୍ଜନ ସାହୁ, ସାଲେଗ୍ରାମ ଖୁଣ୍ଟିଆ, ଅଶ୍ୱିନୀ ମହାପାତ୍ର, କିରଣ ସେଠ, ସୁବ୍ରତ ତରିଆ, ବିଶ୍ୱଜିତ ପଟ୍ଟନାୟକ, କିଶୋର ଧରେଇ, ପ୍ରତ୍ୟୁଷ ଡନସନା, ଭବାନୀ ମିସ୍ତ୍ରୀ ଓ ସଦସ୍ୟ ମାନେ ସକ୍ରିୟ ସହାୟତା କରିଥିଲେ। ଏହି ପ୍ରତିଯୋଗିତାରେ ମହିଳା ବର୍ଗରେ ୬ଟି ଦଳ ଓ ପୁରୁଷ ବର୍ଗରେ ୧୬ଟି ଦଳ ସାମିଲ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories