www.samajalive.in
Saturday, December 6, 2025
23.1 C
Bhubaneswar

ସ୍ୱାଭିମାନରେ ଟିପ୍ପର ଦୁର୍ଘଟଣା ; ମୃତ୍ୟୁ ସଂଖ୍ୟା ୬

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଜଡାମ୍ବ ପଂଚାୟତ ହନ୍ତାଳଗୁଡା ଘାଟିରେ ଏକ ସିମେଣ୍ଟ ଓ ରଡ୍ ବୋଝେଇ ଟିପ୍ପର ଓଲଟି ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ମାଲକାନଗିରିରୁ ୧୩ ଜଣ ଶ୍ରମିକଙ୍କ ସହ ରାସ୍ତା ଓ ପୋଲ କାମ ନିମନ୍ତେ ସିମେଂଟ ଓ ରଡ୍ ବୋଝେଇ ଟିପ୍ପର ଗାଡି ଜଡାମ୍ବ ଯାଉଥିଲ। ହନ୍ତାଳଗୁଡା ଘାଟି ନିକଟରେ ଭାରସାମ୍ୟ ହରାଇ ଟିପ୍ପରଟି ପାହାଡ ଉପରୁ ତଳକୁ ଖସି ପଡିଥିଲ।। ଫଳରେ ସିମେଂଟ ବସ୍ତା ଓ ରଡ୍ ତଳେ ଚାପି ହୋଇ ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୩ ଜଣଙ୍କ ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛିା ପରେ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୬ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ଥିବା ସୂଚନା ମିଳିଛିା

ପାପରମେଟଲା ଥାନା ଅଧିକାରୀ ଓ ଜଡାମ୍ବ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛିା ତେବେ ଡ୍ରାଇଭର ଓ ହେଲପର ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛିା ଏମ.ଭି ୭୯ ଗ୍ରାମର ପି.କେ. ସ୍ୱାଇଁ ନାମକ ଜଣେ ଠିକାଦାର ସ୍ୱାଭିମାନ ଅଂଚଳର ପୋଲ ଓ ରାସ୍ତା କାମ ନିମନ୍ତେ ସିମେଟଂ ରଡ ଓ ଶ୍ରମିକମାନେ ଯାଉଥିବା ଜଣାପଡିଛିା ମୃତ ଶ୍ରମିକ ଓ ଆହତ ମାନେ ନବରଙ୍ଗପୁର ଜିଲ୍ଲାର ବୋଲି ସୂଚନା ମିଳିଛିା

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories