www.samajalive.in
Sunday, December 14, 2025
23.1 C
Bhubaneswar

ଶନିବାର ବିଶେଷ : ଗ୍ରହ ଦୋଷରୁ ମୁକ୍ତି ସହ ମିଳିବ ଶନିଦେବତାଙ୍କ ବିଶେଷ କୃପା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବଙ୍କୁ କର୍ମର ଦେବତା ବୋଲି କୁହାଯାଏ। ସଭିଁଙ୍କୁ ନିଜ କର୍ମ ଅନୁଯାୟୀ ଶନିଦେବ ଫଳ ପ୍ରଦାନ କରିଥାଆନ୍ତି। ଶନିଙ୍କ କୃପା ପ୍ରାପ୍ତି ପାଇଁ ଓ ଗ୍ରହ ଦୋଷ ଦୂର ପାଇଁ ଲୁହାର ମୁଦି ଧାରଣ କରିବା ଉଚିତ। ଜାଣନ୍ତୁ..
ଏହି ଲୁହା ମୁଦି ଘୋଡା ନାଲ କିମ୍ବା ଡଙ୍ଗାର କଣ୍ଟାରୁ ତିଆରି ହୋଇଥିବା ଅତ୍ୟନ୍ତ ଉତ୍ତମ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଘୋଡାର ପାଦରେ ରହି ଘଷି ହୋଇଥିବା ନାଲ ଓ ସମୁଦ୍ର ଜୁଆର ସହ ମାଡ ହୋଇଥିବା ଡଙ୍ଗାରେ ଥିବା କଣ୍ଟାରେ ଏକ ବିଶେଷ ପ୍ରକାର ଚୁମ୍ବକୀୟ ପ୍ରଭାବ ସୃଷ୍ଟି କରିଥାଏ। ଏହି କାରଣରୁ ଏଥିରୁ ତିଆରି ମୁଦି ଧାରଣ କରିବା ଦ୍ୱାରା ଶନିଙ୍କ ଦୋଷରୁ ମୁକ୍ତି ମିଳିବା ସହ ବିଶେଷ କୃପା ମିଳିଥାଏ।
ଏହି ଲୁହାରୁ ମୁଦି ପ୍ରସ୍ତୁତ କରିବାକୁ କଦାପି ନିଆଁର ବ୍ୟବହାର କରିବେ ନାହିଁ। ଏହାକୁ ଲୁହା ଦ୍ୱାରା ପିଟା ଯାଇ ମୁଦି ତିଆରି କରନ୍ତୁ। ଏହାଦ୍ୱାରା ଶନିଦେବଙ୍କ ବିଶେଷ କୃପା ମିଳିଥାଏ।
ଶନିବାର ଦିନ ଲୁହାର ମୁଦିକୁ ସକାଳ ସମୟରେ ଏକ ପାତ୍ରରେ ସୋରିଷ ତେଲରେ କିଛି ସମୟ ରଖନ୍ତୁ। ସନ୍ଧ୍ୟା ସମୟରେ ଏହି ମୁଦିକୁ କାଢି ପାଣିରେ ଭଲ ଭାବେ ଧୋଇ ସଫା କରନ୍ତୁ। ଏହାକୁ ନିଜ ସାମ୍ନାରେ ରଖି ଶନିଙ୍କ ନାମ ୧୦୮ ଥର ଜପ କରନ୍ତୁ। ଏହାପରେ ଏହାକୁ ପିନ୍ଧନ୍ତୁ।
କୁମ୍ଭ, ମକର, କର୍କଟ, ବିଛା ଓ ମୀନ ରାଶି ବ୍ୟକ୍ତି ବିଶେଷ ଏହି ମୁଦି ଧାରଣ କରିବା ଉଚିତ୍‌‌। ଏହାଦ୍ୱାରା ଶନିଙ୍କ ପ୍ରଭାବ ଦୂର ହେବା ସହ ବିଶେଷ କୃପା ପ୍ରାପ୍ତି ହୋଇଥାଏ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories