ଘଣ୍ଟାପଡା : କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ ଅନ୍ତର୍ଗତ ବରହାକାଲୁ ଗ୍ରାମରେ କାର୍ତ୍ତିକ ମହୋତ୍ସବ ଉଦ୍ୟାପନ ଉପଲକ୍ଷେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶ୍ରଦ୍ଧାଳୁ ଓ ବ୍ରତାଧାରୀ ମହିଳାମାନଙ୍କ ଦ୍ୱାରା ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପୁରୋହିତ ଲବ ଷଡ଼ଙ୍ଗୀଙ୍କ ଦ୍ୱାରା ରୀତିନୀତିରେ ପୂଜାର୍ଚନା ପରେ ମହିଳାମାନେ କଳସରେ ପବିତ୍ର ଜଳ ଧରି ନାମ ସଂକୀତ୍ତନ ମାଧ୍ୟମରେ ଶୋଭାଯାତ୍ରାରେ ଆସି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। କାର୍ୟ୍ୟକ୍ରମରେ ପ୍ରକାଶ ରଣା ଓ ପତ୍ନୀ ବିଭୁତି ରଣା କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ । ରବିଶ୍ୱର ରଣା, ପଦ୍ମନ ରଣା, ଗୌର ରଣା, ହର ରଣା, ସନ୍ତୋଷ ରଣା, ସୁନାର୍ତ୍ତନ ରଣା, ସିଦ୍ଧେଶ୍ୱର ରଣା, ନିର୍ମଳ ରଣା, ଭୁବନ ରଣା, ଶ୍ରୀମନ୍ତ ରଣା, ତପିଶ୍ୱର ରଣା, ଜଳଧର ରଣା, ଯଶୋବନ୍ତ ରଣା ପ୍ରମୁଖ ସହଯୋଗ କରିଥିଲେ।



