ଶୁକ୍ରବାର ରାଶିଫଳ (୨୪.୧୧.୨୦୨୩)

ମେଷ : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି।
ବୃଷ : ଜ୍ଞାନ ପିପାସୁ ହୋଇପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରି ପ୍ରଶଂସାର ପାତ୍ର ହେବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ବିାବଦୀୟ ଘଟଣାରେ ବିଜୟୀ ହେବେ।
ମିଥୁନ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଗୁରୁ କୃପା ଲାଭ କରିପାରନ୍ତି। ଆୟ ଆଶାନୁରୂପ ହେବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଅର୍ଥ ପ୍ରାପ୍ତ ହେବ।
କର୍କଟ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସାଧନାରେ ସିଦ୍ଧି ପ୍ରାପ୍ତିର ସୂଚନା ମିଳୁଛି।
ସିଂହ : ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରି ରିଷ୍ଟ ଖଣ୍ଡନ ପାଇଁ ପ୍ରଭୁ ପାଦରେ ଶରଣାଗତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରିୟଭାଷୀ, ଧନ ଓ ଯାନବାହନଯୁକ୍ତ ହେବେ।
କନ୍ୟା : ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସୁଖଦାୟକ ଘଟଣାମାନ ଘଟିବ। ପଦୋନ୍ନତିର ସୁଯୋଗ ଅଛି। ଉତ୍ତମ ଖାଦ୍ୟରେ ଆପ୍ୟାୟିତ ହେବେ।
Related Posts
Comments are closed.