www.samajalive.in
Thursday, December 11, 2025
16.1 C
Bhubaneswar

ଲଇଡା କଲେଜରେ ଆନ୍ତ କଲେଜ କ୍ରିଡା ଉଦଘାଟିତ 

ରେଙ୍ଗାଲି: ଗତ ଚାରି  ଦିନ ଧରି  ଚାଲିଥିବା ନୁଆଁ ଓଡିଶା ଓ ଯୁବ ଓଡିଶା ଅଭିଯାନ ଅନ୍ତର୍ଗତ ସାମାଜିକ କାର୍ଯ୍ୟକ୍ରମ ଉଦଯାପିତ  ହେଲାପରେ  ଦୁତିକା ସାହୁ ମହାବିଦ୍ୟାଳୟ ଏବଂ ଦୁତିକା ସାହୁ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ଆଜି ଠାରୁ   ଆନ୍ତଃ କଲେଜ  କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।ଏହି ଅବସର ରେ ମହାବିଦ୍ୟାଳୟ ର ଅଧକ୍ଷ ଡ଼କ୍ଟର ବସନ୍ତ କୁମାର ନାଏକ ଙ୍କ ଅଧକ୍ଷତାରେ  ଏକ ସଭା ଅନୁଷ୍ଠିତ ହୋଇଥିଲା। ଜିଲା ପରିଷଦ ସଭ୍ୟ ଦେ ନାରୟଣ ତିୱାରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ କ୍ରୀଡା ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ଅଧ୍ୟାପକ ଶ୍ରୀକାନ୍ତ ପଟେଲ, ପ୍ରଫୁଲ୍ଲ ଭୋଇ, ଅଲେଖ କୁମାର ଦ୍ବିବେଦୀ ବିଶ୍ୱନାଥ ପଟେଲ, ଜିତେନ୍ଦ୍ର ପ୍ରସାଦ ସିଂହ, ମାର୍କସ ଡୁଙ୍ଗ ଡୁଙ୍ଗ, ପ୍ରଶାନ୍ତ ପଟେଲ ଅଧ୍ୟାପିକା ସାଇଦା ବlନୁ, ରୀମା ପ୍ରଧାନ, ଚାନ୍ଦିନୀ ପୂଝlରୀ ଉପସ୍ଥିତ ଥିଲେ।
୧୦ଦିନ ଧରି ହେବାକୁଥିବା ଏହି କାର୍ଯ୍ୟକ୍ରମ ରେ କଲେଜ ଛାତ୍ରୀ ଛାତ୍ର ଙ୍କ ମଧ୍ଯ ରେ ଫୂଟବଲ, କ୍ରିକେଟ  ବ୍ୟାଡ଼ମିଣ୍ଟନ, ଭଳିବଲ କ୍ୟାରମ, ବିଭିନ୍ନ ଦୌଡ଼, ଉଚ୍ଚଡିଆଁ, ଲମ୍ବଡିଆଁ, ସଟ୍ ଫୁଟ୍, ଜାବଲିନ ଥ୍ରୋ, ଡ଼ିସକସ୍ ଥ୍ରୋ  ଆଦି  ପ୍ରତିଯୋଗିତା ଅନୁଷ୍ଠିତ ହେବବୋଲି  ମହାବିଦ୍ୟାଳୟ ସୁତ୍ର ରୁ ପ୍ରକାଶ। ଏହି  କ୍ରୀଡା ପ୍ରତିଯୋଗିତା କୁ ଯୁକ୍ତତିନି ଓ ଯୁକ୍ତ ଦୁଇ ର ନୋଡାଲ ଅଧିକାରୀ  ଅଧ୍ୟାପକ କରୁଣାକର  ନାଏକ, ଆଧ୍ୟାପକ  କୈଳାଶ ବେହେରା  ପରିଚାଳନା କରୁଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories