www.samajalive.in
Monday, December 8, 2025
27.1 C
Bhubaneswar

ଚାଷୀଙ୍କ ଗୋଦାମ ଗୃହ ନିର୍ମାଣରେ ଅନିୟମିତତା ଅଭିଯୋଗ

ଚାନ୍ଦିପୁଟ : ଚାଷୀ ଓ ଚାଷର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଲକ ପାଞ୍ଚଆମ୍ବ ନିକଟସ୍ଥ ସହକାରୀ କୃଷି ଉଦ୍ୟାନ କାର୍ଯ୍ୟାଳୟ ପରିସର ରେ ନୂତନ ଗୃହ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଗୋଦାମ ଗୃହ ଟି ଛାତ ପଡ଼ିଛି କିନ୍ତୁ ତାହା ଖାଲ ଢେପ ଭାବେ ରହିଛି । ପିଲାର ସହ କାନ୍ଥର ସମାନତା ନଥିବା ବେଳେ ତାହା ଏକ ପୁରୁଣା କୋଠା ପ୍ରତୀତ ହେଉଥିବା କହିଛନ୍ତି ଚାଷୀ ।‌ ଚାଷୀଙ୍କ ପାଇଁ ଆସୁଥିବା ବିଭିନ୍ନ ସାମଗ୍ରୀକୁ ସୁରକ୍ଷିତ ରଖିବା ନିମନ୍ତେ ଏହି ଗୋଦାମ ଗୃହ ନିର୍ମାଣ ଚାଲିଥିବା ବେଳେ ନିମ୍ନମାନର କାମ ଯୋଗୁଁ ଅଳ୍ପ ଦିନରେ ଯିବ ନାଁ ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେଉଁ କାମରେ ସରକାରୀ ଅର୍ଥ ବ୍ୟବହାର ହେଉଛି ସେହି କାମଟି କେତେ ଟଙ୍କାର, କେଉଁ ପାଣ୍ଠି ରୁ ହେଉଛି ସର୍ବସାଧାରଣଙ୍କ ଅବଗତି ନିମନ୍ତେ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ମାରିବା ପ୍ରାବିଧାନ ଥିଲେ ମଧ୍ୟ ଏହି ଗୃହ ନିର୍ମାଣ କାର୍ଯ୍ୟରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ ।
ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାଦାର ନିଜ ମନମୁତାବକ କାର୍ଯ୍ୟ ସଂପାଦନ କରୁଥିବା ହେତୁ ଅଙ୍କାବଙ୍କା ଓ ଖାଲଢେପ  ହୋଇ ରହିଛି। ବର୍ତ୍ତମାନ ଗୃହର ପ୍ଲାଷ୍ଟର କାମ ଚାଲିଥିବା ବେଳେ ନିମ୍ନ ମାନର ସିମେଣ୍ଟ ବ୍ୟବହାର କରାଯାଉଯିବା ସହ କାନ୍ଥ ପ୍ଳାଷ୍ଟର କାମରେ ୧୨ ଡାବା ବାଲିକୁ ୧ ବସ୍ତା ସିମେଣ୍ଟ ମଶ୍ରଣ କରି ପ୍ଲାଷ୍ଟର କରାଯାଉଥିବା କହିଛନ୍ତି କାର୍ଯ୍ୟରତ ଶ୍ରମିକ କହିଛନ୍ତି । ଏନେଇ ଆମେ ପାରଳାଖେମୁଣ୍ଡି ସ୍ଥିତ ଉଦ୍ୟାନ କୃଷି ବିଭାଗୀୟ ସହକାରୀ ଯନ୍ତ୍ରୀ ସୁଭଶ୍ରୀ ପ୍ରିୟଦର୍ଶିନୀ ଙ୍କୁ ଫୋନ ଯୋଗେ ପଚାରିବାରେ ତାହା ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟର ବିଲ୍ଡିଂ ନିର୍ମାଣ ଚାଲିଛି ।ଯାହା କାମ ଚାଲିଛି ସବୁ ଠିକ୍ ଚାଲିଛି,କିନ୍ତୁ  କର୍ମଚାରୀ ଅଭାବ ରୁ ସେ ପରିଦର୍ଶନ ପାଇଁ ଆସିନାହାଁନ୍ତି ବୋଲି କହିଛନ୍ତି । ଅନ୍ୟପକ୍ଷରେ ନିମ୍ନମାନର କାମ ହେଉଥିବା ଯୋଗୁଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ଉନ୍ନତ ମାନର କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀ ମାନଙ୍କ ସହ ଜନପ୍ରତିନିଧି ଦାବି କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories