www.samajalive.in
Sunday, December 7, 2025
15.1 C
Bhubaneswar

ଆଜିଠୁ କାର୍ତ୍ତିକ ପଞ୍ଚକ

ପୁରୀ : ଶ୍ରୀମନ୍ଦିରରେ ଗୁରୁବାରଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେବ। ରତ୍ନ ସିଂହାସନ ଉପରେ ଦାରୁବ୍ରହ୍ମଙ୍କୁ ଏହି ପାଞ୍ଚଦିନ ଆକର୍ଷଣୀୟ ବେଶ କରାଯିବ। ପଞ୍ଚୁକରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣ ବୃଦ୍ଧି ପାଇବ। ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡର ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି। ଭକ୍ତଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭକ୍ତଙ୍କ ସହାୟତା ପାଇଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ୩ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି ଏବଂ ୧୫ ଇନ୍ସପେକ୍ଟରଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଛି। ଶ୍ରୀମନ୍ଦିର ରତ୍ନ ସିଂହାସନରେ ଗୁରୁବାର ମହାପ୍ରଭୁଙ୍କୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ କରାଯିବ। ଏହାଛଡ଼ା ହରି ଉତ୍‌ଥାପନ ନୀତି ଅନୁଷ୍ଟିତ ହେବ। ୨୪ ତାରିଖ ଶୁକ୍ରବାର ପ୍ରଭୁଙ୍କୁ ବାଙ୍କଚୂଡ଼ ବା ବାମନ ବେଶ କରାଯିବ। ସେଦିନ ଗରୁଡ଼ ଉତ୍‌ଥାପନ ନୀତି ଅନୁଷ୍ଠିତ ହେବ। ୨୫ ତାରିଖ ଶନିବାର ଡାଳିକିଆ ତଥା ତ୍ରିବିକ୍ରମ ବେଶ ଏବଂ ୨୬ ତାରିଖ ରବିବାର ଶ୍ରୀଜୀଉଙ୍କୁ ଲକ୍ଷ୍ମୀ ନୃସିଂହ କରାଯିବ। ୨୭ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ (ସୁନା ବେଶ)ରେ ଭକ୍ତଙ୍କୁ ଦର୍ଶନ ଦେବେ ପରଂବ୍ରହ୍ମ। କାର୍ତ୍ତିକ ମାସର ପଞ୍ଚୁକ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ଏହାଛଡ଼ା ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ପାଳନ ପାଇଁ ପ୍ରାୟ ୫ହଜାର ହବିଷ୍ୟାଳି ଆସି ପହଞ୍ଚିଛନ୍ତି। ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରିବା ପାଇଁ ଉଦ୍ୟମ ଚଳାଇଛି ପ୍ରଶାସନ। ମନ୍ଦିର ଭିତରେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ଏଡ଼ାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଗହଳି ସ୍ଥାନରେ ଶତାଧିକ ସାଧା ପୋଷାକଧାରୀ ପୁଲିସ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି। ମରିଚିକୋଟ ଛକରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଉଠା ଦୋକାନଗୁଡ଼ିକ ୫ଦିନ ବନ୍ଦ ପାଇଁ ପ୍ରଶାସନ ନିର୍ଦେଶ ଦେଇଛି।
ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲାପାଳ ସମର୍ଥ ବର୍ମା, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଆଶିଷ କୁମାର ସିଂହ, ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ଦର୍ଶନ ବ୍ୟବସ୍ଥା ତଦାରଖ କରୁଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା ଏକପ୍ରକାର ଭୁଶୁଡ଼ି ପଡ଼ିଛି। ଟ୍ରାଫିକ୍‌ କଟକଣା ଉଲ୍ଲଙ୍ଘନ କରି ଦକ୍ଷିଣଦ୍ୱାର, ପଶ୍ଚିମ ଦ୍ୱାର ଓ ଉତ୍ତରଦ୍ୱାର ସମ୍ମୁଖରେ ବହୁ ସଂଖ୍ୟକ ଅଟୋ ରିକ୍କା ଚଳାଚଳ କରୁଛନ୍ତି। ଏଥିଯୋଗୁଁ ଭକ୍ତଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଏବେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବାବେଳେ ବିଭିନ୍ନ ଗଳି ରାସ୍ତା ଦେଇ ବହୁ ଅଟୋ ରିକ୍ସା ସକାଳୁ ରାତି ପର୍ଯ୍ୟନ୍ତ ଶ୍ରୀମନ୍ଦିର ନିକଟକୁ ଯାଉଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories