www.samajalive.in
Sunday, December 14, 2025
16.1 C
Bhubaneswar

ପନ୍ନୁନକୁ ହତ୍ୟା ଯୋଜନା ପଣ୍ଡ କରିଥିଲା ଆମେରିକା

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ତଥା ଆମେରିକାସ୍ଥିତ ଶିଖ ସଂଗଠନ ଶିଖ ଫର ଜଷ୍ଟିସ (ଏସଜେଏଫ୍‌)ର ନେତା ଗୁରୁପତୱନ୍ତ ସିଂହ ପନ୍ନୁନକୁ ହତ୍ୟା ପାଇଁ ହୋଇଥିବା ଏକ ଷଡଯନ୍ତ୍ରକୁ ଆମେରିକା ପଣ୍ଡ କରିଥିଲା। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପନ୍ନୁନର ହତ୍ୟା ଷଡଯନ୍ତ୍ରକୁ ଆମେରିକା ପଣ୍ଡ କରିବା ପରେ ଏ ସମ୍ପର୍କରେ ଭାରତକୁ ଚେତାବନୀ ଦେଇଥିଲା। କାରଣ ପନ୍ନୁନ୍‌ର ହତ୍ୟା ଷଡଯନ୍ତ୍ରରେ ଭାରତର ସମ୍ପୃକ୍ତି ରହିଥିଲା। ପନ୍ନୁନ କାନାଡା ଜନ୍ମିତ ଆମେରିକା ନାଗରିକ ହୋଇଥିବାବେଳେ ଭାରତ ତାକୁ ଆତଙ୍କବାଦୀ ବୋଲି ଘୋଷଣା କରିଛି। ଏପରିକି ଏସଜେଏଫକୁ ମଧ୍ୟ ଆମେରିକା ଏକ ଆତଙ୍କବାଦୀ ସଂଗଠନ ବୋଲି ତାଲିକାଭୁକ୍ତ କରିଛି। କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରର ହତ୍ୟା ପାଇଁ ଭାରତ ସରକାରଙ୍କୁ ଦାୟୀ କରାଯାଇଥିବାବେଳେ ପନ୍ନୁନର ହତ୍ୟା ଷଡଯନ୍ତ୍ର ସମ୍ପର୍କିତ ରିପୋର୍ଟ ଅଧିକ ଅଡୁଆ ସୃଷ୍ଟି କରିଛି। ନିଜ୍ଜାରର ହତ୍ୟା ପଛରେ ଭାରତ ସରକାରଙ୍କ ହାତ ଥିବା କାନାଡା ଅଭିଯୋଗ କରିବା ପରେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ନିକଟରେ ପନ୍ନୁନ୍ ଏୟାର ଇଣ୍ଡିଆ ବିମାନ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଧମକପୂର୍ଣ୍ଣ ଭିଡିଓ ଜାରି କରି ବିବାଦକୁ ଆସିଛି। ନଭେମ୍ବର ୪ରେ ପନ୍ନୁନ ଜାରି କରିଥିବା ଭିଡିଓରେ ଧମକ ଦେଇଥିଲା ଯେ ନଭେମ୍ବର ୧୯ରେ ଯେଉଁମାନେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଏଥିପାଇଁ ଏନଆଇଏ ପନ୍ନୁନ୍ ବିରୋଧରେ ଆଇପିସି ଧାରା ୧୨୦ ବି (ଫୌଜଦାରୀ ଷଡଯନ୍ତ୍ର), ୧୫୩ ଏ (ଧାର୍ମିକ, ଜାତିଗତ ବିଭେଦ ସୃଷ୍ଟି) ଓ ୫୦୬ (ଧମକ) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories