www.samajalive.in
Sunday, December 14, 2025
26.1 C
Bhubaneswar

ପିପିଳିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ 

ପାଟଣା : ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୁଲ୍ୟରେ ପିପିଳିଆ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଅଧ୍ୟକ୍ଷ ନିରାକାର ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ପ୍ରତିଭା ବିକାଶ ଦିଗରେ ଉକ୍ତ କାର୍ଯ୍ୟକ୍ରମ ସହାୟକ ହେବ ବୋଲି କହିଥିଲେ। ପ୍ରାରମ୍ଭରେ ନୋଡାଲ ଅଧିକାରୀ ଅଧ୍ୟାପକ ଅଲେଖ ପ୍ରସାଦ ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ହେମନ୍ତ କୁମାର ମିଶ୍ର, ସମିର ସାହୁ, ପ୍ରାଧ୍ୟାପକ ଜତିନ୍ଦ୍ର ସାହୁ, ସତ୍ୟାନନ୍ଦ ପଣ୍ଡା, ଚନ୍ଦ୍ରଶେଖର ଭୂୟାଁ, ପ୍ରାଧ୍ୟାପିକା କାଞ୍ଚନ ଲତା ସାହୁ, ରଶ୍ମିତା ପୃଷ୍ଟି, ଅନୁସ୍ଵିତା ପାଣିଗ୍ରାହୀ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ଵନ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ ମାନଙ୍କ ମାନସିକ ଓ ଶାରୀରିକ ବିକାଶ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା। ବିଭିନ୍ନ ସଙ୍ଗୀତ ଛାତ୍ରଛାତ୍ରୀ ମାନଙ୍କଦ୍ଵାରା ଗାନ କରାଯାଇଥିଲା। ଶେଷରେ ପ୍ରଧ୍ୟାପକ ଘନଶ୍ୟାମ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ
ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ସ୍ଥିତ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୋଡାଲ ଅଫିସର ଅଧ୍ୟାପକ ଦଶରଥ ସାହୁ ଉପସ୍ଥିତ ଥିଲେ। ସାମାଜିକ ସଚେତନତା କାର୍ଯ୍ୟକ୍ରମ ବିଭାଗର ମୂଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ସେନାପତି ଓ ସହଯୋଗୀ କାହ୍ନୁ ଚରଣ ପଲେଇ, ସାଂସ୍କୃତିକ କାର୍ଯ୍ୟକ୍ରମ ବିଭାଗର ମୂଖ୍ୟ ଅଧ୍ୟାପକ ମିତ୍ରଭାନୁ ମହାନ୍ତ ଓ ସହଯୋଗୀ ସନ୍ଦୀପ କୁମାର ମହାନ୍ତ ଏବଂ କ୍ରୀଡା ବିଭାଗର ମୁଖ୍ୟ କ୍ରୀଡା ଶିକ୍ଷକ ସମରେନ୍ଦ୍ର ମହାନ୍ତ ଓ ସହଯୋଗୀ ଅଧ୍ୟାପକ ଯଯାତି ସାହୁ ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମ କିପରି ସଫଳ ହେବ ସେ ସଂପର୍କରେ ଆଲୋଚନା କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନ ଯଥା ଯୁବ ରେଡକ୍ରସ୍, ଏନଏସଏସ , ରେଡ ରିବନ୍ କ୍ଲବ ଓ ଇକୋ କ୍ଲବର ସଦସ୍ୟ ତଥା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯେପରି ସଂପୃକ୍ତ ରହିବେ ସେ ସମ୍ବନ୍ଧରେ ଗୁରୁତ୍ଵ ଆରୋପ କରାଯାଇଥିଲା । ଏହି ତିନୋଟି ବିଭାଗର ଛାତ୍ର ପ୍ରତିନିଧି ଭାବେ ଡଲିସ୍ମିତା ମହାନ୍ତ, ମୋନାଲିସା ସେଠୀ ଓ କାଲେ ମାରାଣ୍ଡି ଉପସ୍ଥିତ ଥିଲେ। ଆସନ୍ତା ବୁଧବାର ଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଶେଷରେ ଅଧ୍ୟାପିକା ସୌଦାମିନୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories