www.samajalive.in
Sunday, December 14, 2025
26.1 C
Bhubaneswar

ପୌର ପରିଷଦ ବୈଠକ : କୋଟିଏ ଟଙ୍କାର ଉନ୍ନୟନ ପ୍ରକଳ୍ପ ପ୍ରସ୍ତାବ ଗୃହିତ

ଚୌଦ୍ୱାର : ଚୌଦ୍ୱାର ପୌର ପରିଷଦର ଏକ ବିଶେଷ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ପୌରୋହିତ୍ୟରେ ପୌର ସଭାଗୃହରେ ଆୟାଜିତ ଏହି ବୈଠକରେ ୧କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ସହରାଞ୍ଚଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମୁକ୍ତା ଯୋଜନାରେ ସ୍ଥିରିକୃତ ହୋଇଥିବା ପ୍ରକଳ୍ପ ଗୁଡ଼ିକୁ ଶିଘ୍ର ଶେଷ କରିବା ପାଇଁ ବିଧାୟକ ସୌଭିକ୍ ବିଶ୍ୱାଳ ପୌର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଯୋଜନାରେ ମଞ୍ଜୁର ହୋଇଥିବା ୫କୋଟି ୯୮ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଯଥା ଶିଘ୍ର ବିନିଯୋଗ କରି ପ୍ରକଳ୍ପ ଗୁଡ଼ିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ମୁକ୍ତାର ପ୍ରକଳ୍ପ ନିର୍ଦ୍ଦେଶିକା ଦେବୀକା ମହାନ୍ତିଙ୍କୁ ବିଧାୟକ ତାଗିଦ କରିଥିଲେ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯ଟି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କ ମଧ୍ୟରୁ ଷଷ୍ଠ ଓ ଅଷ୍ଟମ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କିଛି ହିତାଧିକାରୀ କାର୍ଯ୍ୟାଦେଶ ପାଇ ସୁଦ୍ଧା ଏଯାବତ୍ ଗୃହ କାର୍ଯ୍ୟ କରୁ ନଥିବାରୁ ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀ ଚୟନ କରିବାପାଇଁ ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହାର କାର୍ଯ୍ୟକାରିତା ସମ୍ପର୍କରେ ସରକାରୀ ଉଚ୍ଚ ପଦାଧିକାରୀଙ୍କ ସହିତ ଆଲୋଚନା କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବା ବୈଠକରେ ସ୍ଥରିକୃତ ହୋଇଥିଲା। ବିଜୁ ଆଦର୍ଶ କଲୋନୀ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ଚୌଦ୍ୱାର ପୌରାଞ୍ଚଳର ଚୂଡ଼ଙ୍ଗସାହି, ତାରିଣୀ ସାହି, ମୁଣ୍ଡା ସାହି, ଚାରିଘରିଆ ଏବଂ ବୁଢ଼ାଲିଙ୍ଗ ବସ୍ତିକୁ ସାମିଲ କରା ଯାଇଥିବାରୁ ଏଥିପାଇଁ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇ ବାକି ରହି ଯାଇଥିବା ବସ୍ତି ଗୁଡ଼ିକୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ନିବେଦନ କରାଯାଇଥିଲା । ପୌର ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ସାଂସଦ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏବଂ କାଉନସିଲର ବୃନ୍ଦ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories