www.samajalive.in
Sunday, December 14, 2025
16.1 C
Bhubaneswar

ବେଳାଭୂମି ପାଲଟିଛି ମୁକ୍ତ ଶୌଚାଳୟ ! ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ

ଗୋପାଳପୁର : ଦକ୍ଷିଣ ଓଡ଼ିଶାର ଏକ‌ ପ୍ରମୁଖ ବେଳାଭୂମି ପର୍ଯଟନ ସ୍ଥଳ ଭାବେ ଖ୍ୟାତି ଅର୍ଜନ କରିଥିବା ଗୋପାଳପୁର ବେଳାଭୂମି ଅଞ୍ଚଳ ଆଜି ମୁକ୍ତ ଶୌଚାଳୟ ପାଲଟି ଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହା ଯୋଗୁଁ କୌଣସି ପର୍ଯ୍ୟଟକ ସକାଳ ସମୟରେ ବେଳାଭୂମି ପରିସରରେ ଭ୍ରମଣ କରିବାକୁ ଅସନ୍ତୋଷ ବ୍ୟକ୍ତ କରିବା ସହ ତିକ୍ତ ଅନୁଭବ ନେଇ ଫେରୁଥିବା ଦେଖିବାକୁ ମିଳିଛି । ଯାହାଫଳରେ ଗୋପାଳପୁର ପ୍ରତି ପର୍ଯ୍ୟଟକ ମୁହଁ ମୋଡିବା ସହ ଆଗମନ ହ୍ରାସ ହେଉଥିବା ଏକ ଆକଳନରୁ ଜଣାପଡିଛି । ୧୯୬୧ ମସିହାରେ ଗୋପାଳପୁରକୁ ପଞ୍ଚାୟତରୁ ଅଲଗା କରାଯାଇ ବିଜ୍ଞପିତ ଅଞ୍ଚଳ ପରିଷଦର ମାନ୍ୟତା ପ୍ରଦାନ କରାଯାଇଥିଲା । ଏଠାରେ ପ୍ରତିବର୍ଷ  ଲକ୍ଷାଧିକ ସଂଖ୍ୟାର ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା । ଏଠାରେ ପ୍ରାୟ ୯୭୦୦ ଲୋକ ବସବାସ କରୁଥିବା ବେଳେ ଏଥିରୁ କେବଳ ୭୦ ଶତକଡା ଜନସଂଖ୍ୟା ମତ୍ସ୍ୟଜୀବୀ ପରିବାରର ଅଟନ୍ତି। ଏମାନଙ୍କ ମୁଖ୍ୟ ଜୀବିକା ହେଉଛି ସମୁଦ୍ରରୁ ମାଛ ମାରି ତାହାକୁ ବିକ୍ରି କରି ପରିବାର ପ୍ରତି ପୋଷଣ କରିବା। ବିଶେଷ କରି ମତ୍ସ୍ୟଜୀବୀ ପରିବାରର ଅନେକେ ବେଳାଭୂମିରେ ଗାଧେଇବା ସହ ବେଳାଭୂମି ପରିସରରେ ଶୌଚ ହେବା ଏକ ନିତିଦିନିଆ ଘଟଣା ପାଲଟିଛି । ଏହାକୁ ଆଖି ଆଗରେ ରଖି ଗତ ୨୦୦୫-୨୦୦୬ ଆର୍ଥିକ ବର୍ଷରେ ବେଳାଭୂମି ପରିସରକୁ ଶୌଚ ମୁକ୍ତ କରିବା ପାଇଁ  ତତ୍କାଳୀନ ଏନଏସି ଅଧ୍ୟକ୍ଷ ଶଶିଭୂଷଣ ମହାନ୍ତିଙ୍କ ଚେଷ୍ଟା କ୍ରମେ ଗୋପାଳପୁରରେ ତିନୋଟି ଶୌଚାଳୟ ନିର୍ମାଣ କରାଯାଇଥିଲା । ନିର୍ମାଣ ସରିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରାଯାଇ ସେମାନଙ୍କୁ ମାଗଣାରେ ଶୌଚାଳୟ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆ ଯାଇଥିଲା । ଏଥି ସହ ଶୌଚାଳୟ ରକ୍ଷଣାବେକ୍ଷଣ ଦାୟିତ୍ଵରେ ରହିଥିବା ସୁଲଭ ଇଣ୍ଟର ନ୍ୟାସନାଲ ସଂସ୍ଥା ସହ ଆଲୋଚନା କରାଯାଇ ମତ୍ସ୍ୟଜୀବୀଙ୍କୁ ମାଗଣା ଶୌଚାଳୟ ପ୍ରଦାନ ନିମନ୍ତେ ଏନଏସି ଓ ସୁଲଭ ଇଣ୍ଟରନ୍ୟାସନାଲ ସଂସ୍ଥା ସହ ଚୁକ୍ତିନାମା ହୋଇଥିବା ପୂର୍ବତନ ଅଧ୍ୟକ୍ଷ ଶଶିଭୂଷଣ ମହାନ୍ତି ପ୍ରକାଶ କରିଛନ୍ତି। କିନ୍ତୁ ଏହାର କିଛି ବର୍ଷ ପରେ ଶୌଚାଳୟ ର ରକ୍ଷଣାବେକ୍ଷଣ ଅଭାବରୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଶୌଚାଳୟ ଟି ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଯାହାଫଳରେ ଏବେ ଅନେକ ମତ୍ସ୍ୟଜୀବୀ ବେଳାଭୂମିକୁ ମୁକ୍ତ ଶୌଚାଳୟ ଭାବେ ବ୍ୟବହାର କରି ବେଳାଭୂମିକୁ ଅପରିଷ୍କାର କରୁଛନ୍ତି । ଏଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଥି ପ୍ରତି ଦୃଷ୍ଟିଦେଇ ବେଳାଭୂମିକୁ ଶୌଚ ମୁକ୍ତ କରିବାକୁ ସାଧାରଣ ରେ ଦାବି ହେଉଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories