www.samajalive.in
Sunday, December 14, 2025
16.1 C
Bhubaneswar

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା : ପ୍ରଗତି ମଇଦାନରେ ବଢିଲା ଜନଗହଳି, ସମସ୍ତଙ୍କ ପ୍ରଥମ ପସନ୍ଦ ଓଡିଶା ପାଭିଲିୟନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତ ୧୪ ତାଋଖରେ ଉଦଘାଟିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ଥିଲା ସପ୍ତମ ଦିବସ । ବାଣିଜ୍ୟିକ ଦିବସ ପରେ ଗତକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଏହି ମେଳା ଉନ୍ମìକ୍ତ ହୋଇଥିବାରୁ ପ୍ରଗତି ମଇଦାନ ପରିସର ସମେତ ଓଡିଶା ପାଭିଲିୟନରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି । ଓଡିଶା ମଣ୍ଡପର ସୁଦୃଶ୍ୟ ସାଜସଜ୍ଜା ପାଇଁ ଏହା ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି । ଓଡିଶା ପାଭିଲିୟନ ନିର୍ମାଣର ସୂକ୍ଷ୍ମ ଓ ସୁଦୃଶ୍ୟ କାରୁକାର୍ଯ୍ୟ ସମସ୍ତଙ୍କୁ ବିମୋହିତ କରୁଛି । ବିଶେଷ କରି ପାଭିଲିୟନର ମଧ୍ୟସ୍ଥଳରେ କଳିଙ୍ଗର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ଗୌରବମୟ ସ୍ମୃତି ବହନ କରୁଥିବା ବୋଇତ ଓ ସିନ୍ଦୁକ ସମେତ ପାଭିଲିୟନ ମଧ୍ୟରେ ସ୍ଥାପିତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତୀ ଏବଂ ବାହ୍ୟ ପାଶ୍ୱର୍ରେ ନିର୍ମିତ କୋଣାର୍କ ଚକ ଓ କୋଣାର୍କ ମନ୍ଦିର ପ୍ରତ୍ୟେକଙ୍କ ପାଇଁ ଗୋଟିଏ ଗୋଟିଏ ସେଲଫି ପଏଣ୍ଟରେ ପରିଣତ ହୋଇଛି ।

ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ଆଜି ଓଡିଶା ପାଭିଲିୟନ ପରିଦର୍ଶନରେ ଆସି ଷ୍ଟଲ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ଚଳିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟବସ୍ତୁ ସହିତ ଓଡିଶା ପାଭିଲିୟନର ସୁସାମଞ୍ଜସ୍ୟ ଥିବାରୁ ଏହାର ଡିଜାଇନର ଓ ଫାବ୍ରିକେଟରଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।

- Advertisement -

ପାଭିଲିୟନର ଓରମାସ ଏବଂ ମିଶନ ଶକ୍ତିର ଷ୍ଟଲରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଗ୍ରାମୀଣ କାରିଗରମାନଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ଏବଂ ଟସର ବସ୍ତ୍ର ମିଳୁଥିବାବେଳେ ବୟନିକା ଷ୍ଟଲରେ ଓଡିଶାର ବୁଣାକାରମାନଙ୍କ ଦ୍ୱାରା ହସ୍ତତନ୍ତ ସାମଗ୍ରୀ ଏବଂ ଉତ୍କଳିକାର ଷ୍ଟଲରେ ରଘୁରାଜପୁରର ପଟ୍ଟଚିତ୍ର, କଟକର ରୂପା ତାରକସୀ, ପିପିଲି ଚାନ୍ଦୁଆ, କାଷ୍ଠ ଓ ପ୍ରସ୍ତର ନିର୍ମିତ କାରୁକାର୍ଯ୍ୟ ମିଳୁଛି । ସେହିପରି, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଷ୍ଟଲରେ ମିଲେଟ ଓ କନ୍ଧମାଳର ଜୈବ କୃଷିଜାତ ପଦାର୍ଥ, ଏମ.ଏସ.ଏମ.ଇ. ଷ୍ଟଲରେ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ସମେତ ତାଳରସରୁ ଉତ୍ପନ୍ନ ଗୁଡ ଓ ଚିନି ମିଳୁଥିବାବେଳେ ଜନଜାତି ଉନ୍ନୟନ ବିଭାଗ ଷ୍ଟଲରେ ଲାଞ୍ଜିଆ ସୌରାଙ୍କ ଇଡିତାଳ ଚିତ୍ର ଓ ଧାନରେ ନିର୍ମିତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ମିଳୁଛି । ଦେଶ ବିଦେଶର ବହୁ ପର୍ଯ୍ୟଟକ ପର୍ଯ୍ୟଟନ ବିଭାଗ ଷ୍ଟଲକୁ ଆସି ଓଡିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଇକୋ ରିଟ୍ରିଟ ସମ୍ପର୍କରେ ଜ୍ଞାନ ଆହରଣ କରୁଛନ୍ତି ।

ପାଭିଲିୟନର ମଧ୍ୟଭାଗରେ ଥିବା ଓଡିଆ ସାଧବପୁଅଙ୍କ ସୁଶୋଭିତ ବୋଇତର ଡେକ ଉପରେ ନିର୍ମିତ ଦୋଳବେଦୀ ମଣ୍ଡପରେ ନିଷ୍ଠୁରତା ମୁକ୍ତ କରୁଣା ସିáରେ ଶ୍ରୀଜଗନ୍ନାଥଙ୍କ ପାଇଁ ବୁଣା ଯାଉଥିବା ପାଟଲୁଗା ପ୍ରସ୍ତୁତିର ଲାଇଭ ଡେମୋ ସହିତ ଉତ୍କଳୀୟ ହସ୍ତକଳାର ଲାଇଭ ଡେମୋ ମଧ୍ୟ ପ୍ରଦର୍ଶନ କରାଯାଉଛି । ପାଭିଲିୟନର ଭିତର ପାଶ୍ୱର୍ ପରି ବାହ୍ୟ ପାଶ୍ୱର୍କୁ କୋଣାର୍କ ମନ୍ଦିର ଭାସ୍କର୍ଯ୍ୟ ଶୈଳୀରେ ନିର୍ମିତ କରାଯାଇ ସେଠାରେ ଓଡିଶାରେ ପ୍ରସ୍ତୁତ ସମସ୍ତ ହସ୍ତତନ୍ତ ବସ୍ତ୍ରର ଚିତ୍ର ଓ ପୁରୀ ସାହିଯାତରେ ବ୍ୟବହୃତ ମୁଖା ଶୋଭା ପାଉଛି । ପାଭିଲିୟନର ସମସ୍ତ ଷ୍ଟଲକୁ ଓଡିଶାର ମନ୍ଦିରରେ ଶୋଭା ପାଉଥିବା ରଘୁରାଜପୁର ପଟ୍ଟଚିତ୍ର କଳାରେ ଚିତ୍ରିତ ହୋଇଛି ।

ଗତ ୧୪ ତାରିଖରେ ଓଡିଶାର ମାନନୀୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାର୍ବଜନୀନ ଉଦ୍ୟୋଗ ଏବଂ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୁଦୃଶ୍ୟ ଓଡ଼ିଶା ପାଭିଲିୟନ୍‌ ଉଦଘାଟନ କରିଥିଲେ ଏବଂ ୧୯ ତାରିଖରେ ଆୟୋଜିତ ଓଡ଼ିଶା ରାଜ୍ୟ ଦିବସ ଉତ୍ସବରେ ଓଡିଶା ସରକାରଙ୍କ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ଓଡ଼ିଶା ରାଜ୍ୟ ଦିବସ ଉତ୍ସବ ଅବସରରେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟìର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ସ୍ୱତନ୍ତ୍ର ସଂଖ୍ୟା ଲୋକାର୍ପିତ ହୋଇଥିଲା ।

ପରେ ପରେ, ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ୱାରା ଓଡିଶୀ, କୋରାପୁଟ ଜିଲ୍ଲା ବୈପାରିଗୁଡାର ଆଦର୍ଶ ଆଦିବାସୀ ନୃତ୍ୟକଳା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଧରୁଆ ଜନଜାତି ସଂପ୍ରଦାୟର ବିର୍ଲି ନୃତ୍ୟ ଏବଂ ବରଗଡ ବଉଳ ଝୁପା ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଡାଲଖାଇ ନୃତ୍ୟ ପରିବେଷିତ ହୋଇଥିଲା । ଦେଶ ବିଦେଶରେ ହରହର ଶମ୍ଭୁ ଗୀତକୁ ନେଇ ଚର୍ଚ୍ଚିତ ଅଭିଲି। ପଣ୍ଡାଙ୍କ ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଓଡିଶା ପାଭିଲିୟନକୁ ଆଜି ସୁଦ୍ଧା ୭୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଆସି ସେମାନଙ୍କ ମନପସନ୍ଦର ସାମଗ୍ରୀ କିଣିଥିବାବେଳେ ପାଖାପାଖି ୩୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories