www.samajalive.in
Sunday, December 14, 2025
26.1 C
Bhubaneswar

ଉଦଘାଟିତ ହେଲା ପଣ୍ଡିଗାଁ ଜନ ସୁବିଧା କେନ୍ଦ୍ର ଏବଂ ପଞ୍ଚାୟତ ଭବନ, ଖର୍ଚ୍ଚ ହେଲା ୩୭ ଲକ୍ଷ

କଲମପୁର: ସୋମବାର  ପଣ୍ଡିଗାଁ ପଞ୍ଚାୟତ ପରିସରରେ ନିର୍ମାଣ ଶେଷ ହେଇଥିବା ଜନ ସୁବିଧା କେନ୍ଦ୍ର କୋଠା ଏବଂ ପଞ୍ଚାୟତ ଭବନ କୋଠାର ଶୁଭ ଉଦଘାଟନ କରାଯାଇଛି। ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ଏବଂ ତହସିଲଦାର ସ୍ମରଣୀକା ତୁଳଙ୍କ ଉପସ୍ଥିତିରେ ସମିତି ଅଧ୍ୟକ୍ଷା ମୋତି ବିହାରୀ ଉଭୟ କୋଠାର ଶୁଭ ଉଦଘାଟନ କରିଛନ୍ତି। ପ୍ରଥମେ ସରପଞ୍ଚ କବିତା ଜୈନଙ୍କ ପୌରହିତ୍ୟ ତଥା ଶୁଶିଳ କୁମାର ଜୈନଙ୍କ ସହଯୋଗରେ କୋଠା ଶୁଭ ଉଦଘାଟନର ପୂଜା କାର୍ଯ୍ୟ ସମ୍ପାଦିତ ହେଇଥିଲା।

ଏହାପରେ ଉଭୟ କୋଠାକୁ ସମିତି ଅଧ୍ୟକ୍ଷା ଉଦଘାଟନ କରିଥିଲେ। ଜନ ସୁବିଧା କେନ୍ଦ୍ର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ହେଇଥିବା ବେଳେ ପଞ୍ଚାୟତ ଭବନ ନିର୍ମାଣ ତଥା ଆବଶ୍ୟକ ସରଞ୍ଜାମ ପାଇଁ ସର୍ବମୋଟ ୧୭ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହି ଉଦଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ସ୍ମୃତୀ ରଞ୍ଜନ ସେଠୀ, ସମିତି ସଭ୍ୟା ଟିକେମଣି ହଂସଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି ଏବଂ ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories