www.samajalive.in
Friday, December 12, 2025
15.1 C
Bhubaneswar

ବିଶ୍ଵ ପାଇଖାନା ଦିବସ ପାଳିତ

ଘଣ୍ଟାପଡା: ସ୍ଵଚ୍ଛ ଭାରତ ମିଶନ (ଗ୍ରାମୀଣ)ର ସ୍ଵତନ୍ତ୍ର ଅଭିଯାନ କଣ୍ଟାମାଳ ବ୍ଳକର ବିଭିନ୍ନ ପଞ୍ଚାୟତରେ ବିଶ୍ଵ ପାଇଖାନା ଦିବସ ପାଳନ ଅବସରରେ ଶୌଚାଳୟ ନିମନ୍ତେ ଯୋଗ୍ୟ ହିତାଧିକାରୀ ଚିହ୍ନଟ ଓ କାର୍ଯ୍ୟ ଅନୁମତି ପତ୍ର ବଣ୍ଟନ କରାଯାଇଛି । କଣ୍ଟାମାଳ ବ୍ଳକ ଜଳ ଓ ପରିମଳ ବିଭାଗର ମାଷ୍ଟର ଟ୍ରେନର ରଞ୍ଜନ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଘଣ୍ଟାପଡ଼ା ପଞ୍ଚାୟତ ସଭାଗୃହରେ ସରପଞ୍ଚ ରୀତା କହଁରଙ୍କ ଅଧକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଉକ୍ତ ସଭାରେ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ପାତ୍ର ଓ ଗଣମାଧମ ପ୍ରତିନିଧି ପ୍ରଭାତ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ଶୌଚାଳୟର ଆବଶ୍ୟକତା ମନ୍ତବ୍ୟ ଦେଇଥିଲେ । ମାଷ୍ଟର ଟ୍ରେନର ଶ୍ରୀ ପାତ୍ର ଭାରତ ସରକାରଙ୍କ ମନ୍ତ୍ରାଳୟ ପକ୍ଷରୁ ଜଳ ଓ ପରିମଳ ମିଶନ ଦ୍ଵାରା ପୂର୍ବରୁ ପାଇଖାନା ନିର୍ମିତରୁ ବଞ୍ଚିତ ହିତାଧିକାରୀ ଓ ନୂତନ ହିତାଧିକାରୀଙ୍କୁ ଚିହ୍ନଟ କରି ପୁଣି ପାଇଖାନା ଦିଆଯିବା ନେଇ କହିଥିଲେ । ପରେ ନୂତନ ହିତାଧିକାରୀ ଚିହ୍ନଟ କରି ଅତିଥିଙ୍କ ଦ୍ଵାରା କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ।

- Advertisement -

ସେହିପରି  ବରଗାଁ ପଞ୍ଚାୟତର ସରପଞ୍ଚ ରଶ୍ମିତା ରଣା, ନାରାୟଣପ୍ରସାଦ ପଞ୍ଚାୟତର ସରପଞ୍ଚ ତାରାକାନ୍ତି ମାଝୀ, ଉମା ପଞ୍ଚାୟତର ସରପଞ୍ଚ ଦୌଲଥ ପାଣ୍ଡେ, ଖୁଣ୍ଟିଗୋରା ପଞ୍ଚାୟତର ସରପଞ୍ଚ ସୁନୀତା ମାଝୀ, ଯୋଗିନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଝୁନୁ ପ୍ରଧାନ, କୁଲୁତାଯୋର ପଞ୍ଚାୟତର ସରପଞ୍ଚ ଚୁମୁକି ଭୋଇ ଓ ଖମନମୁଣ୍ଡା ସରପଞ୍ଚ ଅଳକା ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଗ୍ରାମସଭାରେ ନୂତନ ହିତାଧିକାରୀଙ୍କୁ ପାଇଖାନା ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories