www.samajalive.in
Saturday, December 13, 2025
21.1 C
Bhubaneswar

କଣ୍ଟାବାଞ୍ଜିରେ ବିଜେଡିର ମହିଳା ସମାବେଶ 

କଣ୍ଟାବାଞ୍ଜି : କଣ୍ଟାବାଞ୍ଜିରେ ମହିଳା ବିଜୁ ଜନତା ଦଳ ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଏକଜୁଟ ହୋଇ ଏକ ଶୋଭଯାତ୍ରାରେ ମାନସ ଭବନରେ ପହଂଚିଥିଲେ। ପରେ ଏକ ସଭାର ଆୟୋଜନ ହୋଇଥିଲା। ସଭାରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟବେକ୍ଷକ ରାଜୁ ଘିବେଲା ଯୋଗ ଦେଇଥିବା ବେଳେ ବରିଷ୍ଠ ବିଜେଡି ନେତା ଅଜୟ ଦାସ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀ, ରାଜ୍ୟ ମହିଳା ଉପ ସଭାପତି ଗୋପା ମହାନନ୍ଦ, ଆଇନ ସେଲ ସଭାପତି ପ୍ରଭୁଲା ନାଇକ, ଆଇନଜୀବୀ  ରାଜେଶ ଶର୍ମା, ଜିଲ୍ଲା ସମ୍ପାଦକ ଶାନ୍ତନୁ ବିଭାର, ଏନଏସି ୱର୍ଡ ନମ୍ବର ୫ କାଉନସିଲର ଯାଜ୍ଞସିନି ନାଗ, ନାରୀ ନେତ୍ରୀ ଅଷ୍ଟମୀ ବଗର୍ତ୍ତୀ ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମରେ ମହିଳା ମାନଙ୍କୁ ବିଜେଡି ସରକାର ଦେଉଥିବା ବିଭିନ୍ନ ଯୋଜନା ଉପରେ ଆଲୋଚନା କରିବା ସହ ମହିଳା ମାନଙ୍କ ଏକଜୁଟ ହୋଇ ରହିବା ନେଇ ଆଲୋଚନା ହୋଇଥିଲା। ଚନ୍ଦ୍ରମା ବାଗ, ସରୋଜିନୀ ବେହେରା, ପଲ୍ଲବୀ ଜମିଦାର, ରଶ୍ମିତା ସାହୁ, ଅଜୟ ଦାସ ଙ୍କ ସହଧର୍ମୀ ରଶ୍ମି ଦାସ, ଜିଲ୍ଲା ସାଧାରଣ ସମ୍ପାଦିକା ପିଙ୍କି ଖର୍ଶେଲ ଏନଏସି ନଗର ସଭାପତି ଦେବାର ବାରିକ, ଅନୁ ଦଣ୍ଡସେନା, ଚନ୍ଦ୍ରମୁଖୀ ବେହେରା, ସନ୍ତୋଷିନୀ ବେହେରା, ତରୁଣୀ ପୁଟେଲ, ଚନ୍ଦ୍ରିକା ଜାଲ, ଆଦିବାସୀ କଲ୍ୟାଣ ଜିଲ୍ଲା ଉପ ସଭାପତି ନିରୁପମା ମାଝୀ , ଉପସ୍ଥିତ ଥିଲେ। ସସ୍ମିତା ଦଣ୍ଡସେନା ସଭାପତିତ୍ୱ କରି ମଞ୍ଚ ପରିଚାଳନା କରି ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories