www.samajalive.in
Friday, December 12, 2025
19.1 C
Bhubaneswar

ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଗଛ କଟା ନେଇ ସାଧାରଣରେ ଅସନ୍ତୋଷ, କାର୍ଯ୍ୟାନୁଷ୍ଠାନ ଦାବି ।

ବେଗୁନିଆ : ଗଛ ହିଁ ଜୀବନ। ଗଛ ବିନା ମଣିଷ ସମାଜ ବଞ୍ଚିବା ଅସମ୍ଭବ। ସେଥିପାଇଁ ସରକାର, ସରକାରୀ ଏବଂ ବେସରକାରୀ ସ୍ତରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଗଛ ଲଗାଉଛନ୍ତି। ଜଙ୍ଗଲ ବିଭାଗ ଏବଂ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ଗଛ ଲଗାଯାଇ ତାର ରକ୍ଷଣାବେକ୍ଷଣ ପାଇଁ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଉଛି। କିନ୍ତୁ ବାଡ ଫସଲ ଖାଇବା ନ୍ୟାୟରେ ସରକାର ଜଙ୍ଗଲ ବିଭାଗ ଦ୍ଵାରା ଅନୁନିବନ୍ଧକଙ୍କ କାର୍ଯ୍ୟାଳୟରେ ଲଗାଇଥିବା ଗଛଗୁଡିକ ମଧ୍ୟରୁ ସବ ରେଜିଷ୍ଟ୍ରାର କିଛି ମୂଲ୍ୟବାନ ଗଛ ଜଙ୍ଗଲ ବିଭାଗର ବିନା ଅନୁମତିରେ କାଟି ଦେଇ ସାଇକେଲଏବଂ ଅଟୋ ଟ୍ରଲିରେ ବାହାରକୁ ଚାଲାଣ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ସଚେତନ ନାଗରିକ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ବେଗୁନିଆ ଅନୁନିବନ୍ଧକ କାର୍ଯ୍ୟାଳୟ(ସବରେଜିଷ୍ଟ୍ରାର ଅଫିସ)ପରିସରରେ ଗତ ୭ ବର୍ଷ ତଳେ ଜଙ୍ଗଲ ବିଭାଗ ଦ୍ଵାରା ଏକ ଶହରୁ ଅଧିକ ବିଭିନ୍ନ ପ୍ରକାର ଗଛ ଲଗାଯାଇ ଦୁଇମାସ ପର୍ଯ୍ୟନ୍ତ ଟ୍ୟାଙ୍କରରେ ପାଣି ଦିଆଯାଇ ଗଛ ଗୁଡିକ ବଡ଼ କରାଯାଇଥିଲା। ଇତି ମଧ୍ୟରେ ବହୁ ସବରେଜିଷ୍ଟ୍ରାର ଆସିଛନ୍ତି ଯାଇଛନ୍ତି, କିନ୍ତୁ ଗଛ ଗୁଡିକର କେହି ଯତ୍ନ ନନେଇଥିଲେ ମଧ୍ୟ ଗଛ କାଟିବା ପାଇଁ ସାହସ ଜୁଟାଇ ନଥିଲେ। ଏବେ ଗତ ଦୁଇ ମାସ ହେଲା ଏଠାରେ ଯୋଗ ଦେଇଥିବା ଯୁବ ସବରେଜିଷ୍ଟ୍ରାର ଅମିତ କୁମାର ସେଠୀ କାର୍ଯ୍ୟାଳୟ ପରିସରରେ ତାଙ୍କ ପାଇଁ ଉଦିଷ୍ଟ ଥିବା ବାସଭବନର ସୌନ୍ଦର୍ଯ୍ୟ ପାଇଁ କିଛି ବାହାଡା,ସାହାଡ଼ା, ଟିଣିଆ ଏବଂ ନିମ୍ବ ଗଛକୁ କାଟି ଦେଇଛନ୍ତି । ଘରର ସୌନ୍ଦର୍ଯ୍ୟ ପାଇଁ ମୁଖ୍ୟ ପ୍ରବେଶ ଦ୍ୱାର ସହିତ ଘରର ବିଭିନ୍ନ ସ୍ଥାନ ଭାଙ୍ଗି ଏବଂ ନୂତନ ଭାବେ ଗୃହ ନିର୍ମାଣ କାର୍ଯ୍ୟ କରାଯାଉଛି। ତେଣୁ ସବରେଜିଷ୍ଟ୍ରାରଙ୍କ ବାସଗୃହର ପ୍ରବେଶ ଦ୍ୱାର ଏବଂ ଘରକୁ ଲାଗିଥିବା ଗଛ ଗୁଡିକ ଜଙ୍ଗଲ ବିଭାଗର ବିନା ଅନୁମତିରେ ବେପରୁଆ ଭାବେ ସେ କାଟି ଦେଇଥିବାର ଦେଖିବାକୁ ମିଳିଛି। ଏପରିକି ବାହାଡା ଭଳି ଔଷଧୀୟ ଗଛରେ ବାହାଡା ଫଳୁଥିବାବେଳେ ତାକୁ ମଧ୍ୟ କାଟିବାକୁ ପଛାଇ ନାହାନ୍ତି। କାର୍ଯ୍ୟାଳୟରେ ସବୁ ସମୟରେ ଗହଳି ଲାଗିରହୁଥିବାରୁ ଏବଂ କାର୍ଯ୍ୟାଳୟ ଭିତରେ ଲୋକମାନେ ବସିବା ପାଇଁ ଜାଗା ନଥିବାରୁ ଲୋକମାନେ ଏହି ଗଛ ଛାଇରେ ଆଶ୍ରୟ ନେଉଥିଲେ।କିନ୍ତୁ  ସେଥିପ୍ରତି ଭ୍ରୁକ୍ଷେପ ନକରି ନିଜର ବିଳାସ ବ୍ୟସନ ପାଇଁ ଜଣେ ଅଧିକାରୀଙ୍କର ଏତାଦୃଶ କାର୍ଯ୍ୟ ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଗଛର ଗଣ୍ଡି ଗୁଡିକ କାର୍ଯ୍ୟାଳୟରୁ ସାଇକେଲ ଏବଂ  ଅଟୋ ଟ୍ରଲିରେ ବୁହା ହେଉଛି।
ଏ ସଂକ୍ରାନ୍ତରେ ସବରେଜିଷ୍ଟ୍ରାର ଅମିତ କୁମାର ସେଠୀଙ୍କୁ ଆପଣ ଜଙ୍ଗଲ ବିଭାଗର ବିନା ଅନୁମତିରେ ଗଛ ଗୁଡିକ କାଟିଲେ କେମିତି ବୋଲି ପଚାରିବାରେ ସେ ସେ ପ୍ରଥମେ ଡାଳ ଗୁଡିକ କଟାଯାଇଛି ଗୋଟେ ଗଛ କାଟିଛନ୍ତି ନାଁ କଣ ବୋଲି କହିଥିଲେ ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories