www.samajalive.in
Thursday, December 11, 2025
14.1 C
Bhubaneswar

ପାକିସ୍ତାନକୁ ସହାୟତା ବନ୍ଦ କର

ୱାଶିଂଟନ : ପାକିସ୍ତାନକୁ ଦିଆଯାଉଥିବା ସହାୟତା ବନ୍ଦ କରିବା ଲାଗି ଆମେରିକା କଂଗ୍ରେସର ୧୧ଜଣ ସଦସ୍ୟ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନଙ୍କ ନିକଟକୁ ଚିଠି ଲେଖିଛନ୍ତି। ସାଂସଦମାନେ ତାଙ୍କ ଚିଠିରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତୃତ୍ବ ପ୍ରଶାସନକୁ ନିବେଦନ କରିଛନ୍ତି ଯେ ପାକିସ୍ତାନରେ ସାମ୍ବିଧାନିକ ବିଧିବ୍ୟବସ୍ଥା ପୁନସ୍ଥାପନ ହେବା ପର୍ଯ୍ୟନ୍ତ ଏହାକୁ ଦିଆଯାଉଥିବା ସହାୟତା ବନ୍ଦ କରାଯିବା ଦରକାର। ସାମ୍ବିଧାନିକ ବିଧି ବ୍ୟବସ୍ଥା କାର୍ଯ୍ୟକାରୀ ପୂର୍ବକ ପାକିସ୍ତାନରେ ମୁକ୍ତ ଓ ଅବାଧ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ଜରୁରୀ ବୋଲି ସାଂସଦମାନେ କହିଛନ୍ତି। ପାକିସ୍ତାନରେ ଧାର୍ମିକ ସଂଖ୍ୟାଲଘୁଙ୍କୁ ଦଣ୍ଡିତ କରିବା ଲାଗି ସରକାର ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ଈଶ୍ବର ନିନ୍ଦାକାରୀଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଆଇନରେ ପରିବର୍ତ୍ତନ କରାଯାଇଛି। ଆଇନରେ ଏପରି ପରିବର୍ତ୍ତନକୁ ନେଇ ଆମେରିକା ଉଦ୍‌ବେଗ ପ୍ରକାଶ କରିଛି। ଈଶ୍ବର ନିନ୍ଦାକାରୀଙ୍କୁ ଦଣ୍ଡିତ କରିବା ଲାଗି ପାକିସ୍ତାନ ସଂସଦରେ ଫୌଜଦାରୀ ଆଇନ (ସଂଶୋଧନ) ବିଧେୟକ ୨୦୨୩ ଗୃହୀତ ହୋଇଛି। ଏହି ବିଧେୟକକୁ ଅତ୍ୟନ୍ତ ତରବରିଆ ଭାବେ ଗୃହୀତ କରାଯାଇଥିବାବେଳେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ଏହି ବିଧେୟକ ଗୃହୀତ ହେବାର ୮ଦିନ ପରେ ପାକିସ୍ତାନରେ ଏକ ଚର୍ଚ୍ଚକୁ ଭଙ୍ଗାରୁଜା କରାଯିବା ସହ ଜରନୱାଲାରେ ଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ଘର ପୋଡି ଦିଆଯାଇଥିଲା। ପାକିସ୍ତାନରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଏପରି ଅତ୍ୟାଚାର ପ୍ରତି ସେଠାକାର ସରକାର ନିରବ ରହିଆସୁଥିବାରୁ ଆମେରିକା ସାଂସଦମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories