www.samajalive.in
Sunday, December 14, 2025
23.1 C
Bhubaneswar

ଡିବିରି ଆଲୁଅରେ ଗାଁ, ନାହିଁ  ବିଦ୍ୟୁତ ସେବା, ପାଠ ପଢା ମୁଖ୍ୟ ସମସ୍ୟା !

ଚାନ୍ଦିପୁଟ : ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଅନେକ ଗାଁରେ ପହଞ୍ଚିପାରିନି ବିଦ୍ୟୁତ୍ ସେବା। ଫଳରେ ସନ୍ଧ୍ୟା ହେଲେ ଡିବିରି ଆଲୁଅ ଗ୍ରାମବାସୀଙ୍କ ସାହା ପାଲଟିଛି। ଏହା ସହ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ପିଲାଙ୍କ ପାଠ ପଢ଼ା ମୁଖ୍ୟ ସମସ୍ୟା ପାଲଟିଛି। ଏଭଳି ସମସ୍ୟା ଦୈନିକ ଭୋଗୁଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡ଼ା ପଞ୍ଚାୟତର ବୁଢ଼ାକୁଆ ଗ୍ରାମବାସୀ। ବୁଢାକୁଆ ଗ୍ରାମ ସ୍ଥାପନ ହେବାର ପଚାଶରୁ ଉର୍ଦ୍ଧ୍ବ ସମୟ ହେବାକୁ ବସିଥିବା ବେଳେ ପ୍ରାୟ ୧୨ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ଡିବିରି ପାଇଁ ପୁର୍ବରୁ ପଡ଼ି କାର୍ଡରେ କିରୋସିନି ମିଳୁଥିଲା, ହେଲେ କିଛି ମାସ ହେବ ତାହା ମିଳୁନଥିବା ଯୋଗୁଁ କିଛି ଗରିବ ଆଦିବାସୀ ପରିବାର ନିଜ ଟଙ୍କାରେ ସୋଲାର ଲାଇଟ୍ ବ୍ୟବହାର କରୁଥିବା ବେଳେ ଆଉ କିଛି ପରିବାର ମହମବତୀ ଜାଳି ରାତ୍ରିଯାପନ କରୁଛନ୍ତି।
ବନ୍ୟ ଜନ୍ତୁ ଭୟରେ ସନ୍ଧ୍ୟା ହେବା ଘରେ କବାଟ ପକାଇ ଶୁନଶାନ୍ ହୋଇପଡେ ଗାଁ । ତେବେ ଗାଁକୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ଗ୍ରାମବାସୀ ବହୁବାର ଅଡବା ସ୍ଥିତ ଟାଟା ପୱର୍ ବିଭାଗୀୟ ଅଧିକାରୀଙ୍କୁ ଗୁହାରି ଜଣାଇ ଆସୁଥିଲେ ମଧ୍ୟ ଆଜି ଯାଏଁ ଗାଁରେ ବିଦ୍ୟୁତ ସଂଯୋଗୀକରଣ ହୋଇପାରିନାହିଁ । ବହୁ ବର୍ଷ ତଳେ ଗ୍ରାମବାସୀ ନିଜେ ଟଙ୍କା ଖର୍ଚ୍ଚ କରି ବିଦ୍ୟୁତ୍ ଝୁଣ୍ଟ ପୋତିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଜାଣିଶୁଣି ପରବର୍ତ୍ତୀ ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ ଙ୍କୁ ପଚାରିବାରେ ଯେଉଁ ସବୁ ଗାଁରେ ବିଦ୍ୟୁତ୍ ସଂଯୋଗୀକରଣ ହୋଇନାହିଁ, ସେ ସବୁ ଗାଁର ତାଲିକା ଉପରିସ୍ଥ ଅଧିକାରୀଙ୍କୁ ଦିଆଯାଇଛି । ଅଡବା ଅଞ୍ଚଳର ୧୫ଟି ପଞ୍ଚାୟତର ୨୨ଟି ଗ୍ରାମର ସମାନ ଅବସ୍ଥା ଥିବା ସେ ଅବଗତ ଥିବା ବେଳେ ଖୁବଶୀଘ୍ର ବିଦ୍ୟୁତ୍ ସଂଯୋଗିକରଣ ହୋଇଯିବ ବୋଲି କହିଛନ୍ତି । ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିଦ୍ୟୁତ ସେବା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories