www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ ଆହ୍ବାନ ପାଇଁ ପ୍ରସ୍ତୁତ : କମିନ୍‌ସ

ଅହମ୍ମଦାବାଦ୍‌: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚର ପିଚ୍‌କୁ ନେଇ କୌଣସି ଚିନ୍ତା ନାହିଁ। ପିଚ୍‌ ଦୁଇ ଦଳ ପାଇଁ ସମାନ ଉପଯୋଗୀ ହେବ। ଉକ୍ତ ପିଚ୍‌ ବ୍ୟାଟିଂ କିମ୍ବା ବୋଲିଂକୁ ସୁହାଇବା ବୋଲି ଭାବିବା ଅନୁଚିତ। ପିଚ୍‌ ଯାହା ବ୍ୟବହାର ଉପଯୋଗୀ ହେବ ତାହା ଦୁଇ ଦଳଙ୍କ ପାଇଁ ରହିବ। ଏହାକୁ ନେଇ ଚିନ୍ତିତ ହେବା ବଦଳରେ ଭଲ କ୍ରିକେଟ ଖେଳିବା ଉପରେ ଆମେ ଗୁରୁତ୍ବ ଦେଉଛୁ ବୋଲି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍‌ସ କହିଛନ୍ତି। ଶୁକ୍ରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଅହମ୍ମଦାବାଦ୍‌ର ପିଚ୍‌କୁ ଅନୁଧ୍ୟାନ କରିଥିଲେ। ଶନିବାର ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍‌ସ ଅଭ୍ୟ​‌ାସ ପରେ ପିଚ୍‌କୁ ଅନୁଧ୍ୟାନ କରିଥିଲେ। ଏହା ପରେ କମିନ୍‌ସ କହିଛନ୍ତି ଯେ, ଆମକୁ କେବଳ ଶ୍ରେଷ୍ଠ କ୍ରିକେଟ ଖେଳିବାକୁ ପଡିବ। ପିଚ୍‌ ଓ ପୂର୍ବ ମ୍ୟାଚକୁ ଭୂଲି ଆମକୁ ଏକ ନୂଆ ମ୍ୟାଚ ଖେଳିବାକୁ ହେବ। ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି କମିନ୍‌ସ କହିଛନ୍ତି। ଭାରତକୁ ଘରୋଇ ପରିବେଶର ଫାଇଦା ନେଇ କମିନ୍‌ସ କହିଛନ୍ତି ଯେ, କ୍ରିକେଟରେ କିଛି ବି ପୂର୍ବାନୁମାନ କରିବା ଠିକ୍‌ ନୁହେଁ। ପରିସ୍ଥିତି ଅନୁଯାୟୀ କ୍ରିକେଟ ଖେଳିବାକୁ ପଡିବ। ଚାପ ଓ ସ୍ଥିତି ଅନୁଯାୟୀ ପ୍ରଦର୍ଶନ ବିଜୟର ମୁଖ୍ୟ ଅସ୍ତ୍ର ହେବ ବୋଲି କମିନ୍‌ସ କହିଛନ୍ତି।ଭାରତ ଚଳିତ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରୁଛି। ଘରୋଇ ଦଳର ଉକ୍ତ ଆହ୍ବାନ ପାଇଁ ଆମେ ପ୍ରସ୍ତୁତ ବୋଲି କମିନ୍‌ସ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories