www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ୱ ରେକର୍ଡ ଭାଙ୍ଗିଲେ କାହ୍ନୁ ଭୋଇ

ଟିଟିଲାଗଡ଼: ଆଜି ଭାରତ ଅଷ୍ଟ୍ରେଲିଆ ସହ ବିଶ୍ଵକପ କ୍ରିକେଟ ମ୍ୟାଚର ଆଜି ଫାଇନାଲ ଖେଳରେ ଭାରତ ସଫଳତା ନିଶ୍ଚିତ ନେଇ ଦେଶବାସୀ ପ୍ରାର୍ଥନା କରୁଛନ୍ତି। ଏହି ଦିବସରେ ଆଜି ଟିଟିଲାଗଡ଼ ଠାରେ କ୍ରିକେଟ ବ୍ୟାଟକୁ ନେଇ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି ହେବା ଉତ୍ସାହ ସୃଷ୍ଟି କରିଛି। ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ଠାରେ ଯୁଵ ପ୍ରତିଭା ଗୋଟିଏ ଆଙ୍ଗୁଠିରେ କ୍ରିକେଟ ବ୍ୟାଟକୁ ସନ୍ତୁଳନର ରେକର୍ଡ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ରାଜସ୍ଥାନ ରାଜ୍ୟ ସିକାରର ଆର୍ଯ୍ୟନ ଶର୍ମା ୧ ଘଣ୍ଟା ୧୬ ମିନିଟ ୧୯ ସେକେଣ୍ଡ ସମୟ ଧରି କ୍ରିକେଟ ବ୍ୟାଟକୁ ଗୋଟିଏ ଆଙ୍ଗୁଠିରେ ସନ୍ତୁଳନ କରି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ। ଯୁବକ କାହ୍ନୁ ଗିନିଜ ବୁକ ଅଫ ରେକର୍ଡ ପକ୍ଷରୁ ଅଧିକୃତ ନିୟମ ଅନୁଯାୟୀ ରେଫରି ଧୂଵଲେଶ୍ୱର ଦଲବେହେରା, ରାଜେଶ ସ୍ୱାଇଁ, ଦିଲୀପ ତ୍ରିପାଠୀ, ଜିତେନ୍ଦ୍ର ପୃଷ୍ଟିଙ୍କ ଉପସ୍ଥିତିରେ ଏହି ବିରଳ ରେକର୍ଡ ରଚିଛନ୍ତି। କାହ୍ନୁଙ୍କ ଏହି ରେକର୍ଡର ଭିଡିଓ ଚିତ୍ର ଉତ୍ତୋଳନ କରାଯାଇଥିବା ବେଳେ ଏହାକୁ ସ୍ୱୀକୃତି ପାଇଁ ଗିନିଜ ବୁକ ଅଫ ରେକର୍ଡକୁ ପଠାଯିବ ବୋଲି ରେଫରି ପ୍ୟାନେଲ ପକ୍ଷରୁ କୁହାଯାଇଛି। ଟିଟିଲାଗଡ଼ କରାଟେ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ, ଆଇନଜୀଵୀ ବୀରେନ୍ଦ୍ର ବାଗ, ସମ୍ପାଦକ କେଦାର କବାଟ, ବଲାଙ୍ଗିର ଜିଲ୍ଲା ଜୋଡୋ ଏସୋସିଏସନର ସଭାପତି ଦେବେନ୍ଦ୍ର ଜୈନ, ଆଦିବାସୀ ସଂଘ ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ସଞ୍ଜୟ ବେହେରା, ପ୍ରଫୁଲ୍ଲ ପ୍ରଧାନୀ, ଦେବସିଂ ମାଝୀ, ପ୍ରେମ ବଗର୍ତି, ରୋସନ ଶୁଭ୍ରା ପ୍ରମୁଖ ଉପସ୍ଥିତ ଅଛନ୍ତି। ରେକର୍ଡ ପ୍ରତିଷ୍ଠା ପରେ କାହ୍ନୁ ସନ୍ତୁଳନ ଜାରି ରଖିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories