୧୩୦୦ ଟଙ୍କା ଶସ୍ତା ହେଲା ସୁନା

ନୂଆଦିଲ୍ଲୀ – ଗତ କିଛି ମାସ ଧରି ସୁନା ଦର ବୃଦ୍ଧି ପାଇବାରେ ଲାଗିଥିଲା । ମାତ୍ର ଗତ ୨୪ଘଣ୍ଟା ମଧ୍ୟରେ ସୁନାଦରରେ ପ୍ରତି ୧୦ ଗ୍ରାମ ୧୩ଶହ ଟଙ୍କା ଶସ୍ତା ହୋଇଛି । ଶୁଦ୍ଧ ସୁନା ବା ୨୪ କ୍ୟାରେଟ୍‌ ସୁନା ଦର ଏବେ ଦିଲ୍ଲୀରେ ହ୍ରାସ ପାଇଛି । ଶୁଦ୍ଧ ସୁନା ବା ୨୪ କ୍ୟାରେଟ ସୁନା ଦର ୬୧,୯୧୪ ଟଙ୍କାରେ ପହଞ୍ଚିଥିଲା । ଏବେ ଏହା ୧୩ଶହ ଟଙ୍କା ହ୍ରାସ ପାଇ ୬୧ ହଜାର ଟଙ୍କା ତଳେ ପହଞ୍ଚିଛି ।

ଗୁରୁବାରରେ ସୁନାଦର ବୃଦ୍ଧି ପାଇଥିଲା । ଶୁଦ୍ଧ ସୁନାଦର ଦିଲ୍ଲୀର ସରଫା ବଜାର(ସୁନା ରୂପା ଗହଣା ବଜାର)ରେ ୬୧,୯୦୦ ଟଙ୍କାରେ ପହଞ୍ଚିଥିଲା । ଏହା ହ୍ରାସ ପାଇ ୬୦,୭୧୩ ଟଙ୍କାରେ ପହଞ୍ଚିଛି ।

ଏବେ ବିଶ୍ୱରେ ଯୁଦ୍ଧ ସ୍ଥିତି ଦେଖା ଦେଇଥିବାରୁ ସୁନା ରୂପା ଦର ବୃଦ୍ଧି ପାଇଥିବା କଥା କୁହାଯାଉଛି ।

Comments are closed.