www.samajalive.in
Sunday, December 14, 2025
26.1 C
Bhubaneswar

ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଓ ଗଣିତ ମେଳା

ଚୌଦ୍ୱାର : ବଡ଼ସାମନ୍ତରାପୁର ପଞ୍ଚାୟତ ସର୍ଦ୍ଦାରଖରିଦାସ୍ଥିତ ଲକ୍ଷ୍ମୀନାରାୟଣ ଶିକ୍ଷାନୁଷ୍ଠାନରେ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ ହୋଇ ଯାଇଛି । ପିଲା ମାନଙ୍କ ମଧ୍ୟରେ ବିଜ୍ଞାନ ଓ ଗଣିତ ପ୍ରତି ଆଗ୍ରହ ସୃଷ୍ଠି କରିବା ଲକ୍ଷରେ ଆୟୋଜିତ ଏହି ମେଳାରେ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ପ୍ରକଳ୍ପମାନ ପ୍ରଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷକ ବାସୁଦେବ ସାହୁଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ବିଶ୍ୱଜିତ ମାଝୀ, ସିଆରସିସି ମାନସ କୁମାର ରାଉତ, ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ରାଉତ, ଅକ୍ଷୟ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସରସ୍ୱତୀ ଦେଉରୀ, ଉମାକାନ୍ତ ବାରିକ, ସ୍ମୃତିସୁଧା ନାୟକ, ସୁନୀତା ଓଝା, ଚିନ୍ମୟୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories