www.samajalive.in
Friday, December 12, 2025
14.1 C
Bhubaneswar

ମଣ୍ଡଳ ବିଜେପିର ପୌର କାର୍ଯ୍ୟାଳୟ ଘେରାଉ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକାରେ ହୋଇଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଚୌଦ୍ୱାର ଓ ଇନ୍ଦ୍ରାଣୀପାଟଣା ମଣ୍ଡଳ ବିଜେପି ତରଫରୁ ଶନିବାର ଚୌଦ୍ୱାର ପୌର କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତିଙ୍କ ନେତୃତ୍ୱରେ ଉଭୟ ମଣ୍ଡଳର ନେତୃ ମଣ୍ଡଳୀ ଓ ଶତାଧିକ କର୍ମୀ ଶୋଭାଯାତ୍ରାରେ ଚୌଦ୍ୱାର ଅଞ୍ଚଳ ପରିକ୍ରମା କରି ପୌର କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୌର କର୍ତ୍ତୃପକ୍ଷ ବ୍ୟାପକ ଭାବେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ିଥିବା ଅଭିଯୋଗ କରି କର୍ମୀମାନେ ନାରାବାଜି ଦେଇଥିଲେ। କର୍ମୀ ମାନେ ପୌର କାର୍ଯ୍ୟାଳୟ ଭିତରକୁ ପଶିବାକୁ ଉଦ୍ୟମ କରିବାରେ ସ୍ଥାନୀୟ ପୁଲିସ ନୟନ କିଶୋର ମହାନ୍ତି, ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ସନ୍ତୋଷ କୁମାର ସାହୁ, ସଂଜୀତ ମହାନ୍ତି, ଭାଗିରଥୀ ଦଳାଇ, ସୌମେନ୍ଦ୍ର ପଲାଇ ପ୍ରମୁଖ ନେତାଙ୍କ ସମେତ ୪୦ରୁ ଅଧିକ କର୍ମକର୍ତ୍ତାଙ୍କୁ ଗିରଫ କରିଥିଲେ। ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ହୋତା, ସମ୍ପାଦକ ବୈରାଗୀ ଚରଣ ପ୍ରଧାନ,ସନ୍ତୋଷ କୁମାର ମହାନ୍ତି, ଭାବଗ୍ରାହୀ ପଟ୍ଟନାୟକ, ଦୀପକ ସ୍ୱାଇଁ, ସୌମେନ୍ଦ୍ର ଲେଙ୍କା, ମମତା ବେହେରା, ପ୍ରକାଶ ସାହୁ , ହଂସ ଚରଣ ସାହୁ,ସସ୍ମିତା ରାଉତ,ନୟନା ମହାରଣା ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories