www.samajalive.in
Saturday, December 13, 2025
21.1 C
Bhubaneswar

ଜଙ୍ଗଲ ମଝି ଆଦିବାସୀ ଗାଁକୁ ଗଲେ ଜିଲ୍ଲାପାଳ, ଡିସେମ୍ବର ୧ରେ ହେବ ବିଦ୍ୟୁତ ସଂଯୋଗ

ଡେସ୍କ: ଜିଲ୍ଲାର ନାମ ଝାରସୁଗୁଡା। ସେହି ଜିଲ୍ଲାର ଜନବସତି ଠାରୁ ବହୁତ ଦୂରରେ ଜଙ୍ଗଲ ମଝିରେ ରହିଛି ଏକ ଆଦିବାସୀ ଗାଁ, ଟେଟଲିଆବାହାଲ। ନା ସେଠାକୁ ଯାଇଛି ରାସ୍ତା, ନା ସେମାନେ ଦେଖିଛନ୍ତି ବିଦ୍ୟୁତ ଆଲୁଅ। ତେବେ ଖୁବ ଶୀଘ୍ର ସେମାନେ ଦେଖିବେ ଆଶାର ଆଲୋକ। ଏ ନେଇ ଆଜି ଜିଲ୍ଲାପାଳ ଆବୋଲି ସୁନୀଲ ନରବଣେ ଟେଟଲିଆବାହାଲ ଗ୍ରାମ ପରିଦର୍ଶନ କରିଛନ୍ତି।


ସେହି ଗାଁରେ ପ୍ରାୟ ୪୦ଟି ଆଦିବାସୀ ପରିବାର ରହୁଥିବା ବେଳେ ଏହା ଜଙ୍ଗଲ କ୍ଷେତ୍ର ମଝିରେ ଥିବାରୁ ବିଦ୍ୟୁତ ସଂଯୋଗ ଏକ ସମସ୍ୟା ହୋଇ ରହିଛି। ସେଠାକୁ ଏବେ ରାସ୍ତା ନିର୍ମାଣ ହେଉଥିବା ବେଳେ ଆସନ୍ତା ଡିସେମ୍ବର ୧ ସୁଦ୍ଧା ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ଦ୍ୱାରା ଏହି କାର୍ଯ୍ୟ କରାଯାଉଛି ଏବଂ ଜିଲ୍ଲା ଖଣିଜ ପାଣ୍ଠିରୁ ବ୍ୟୟବରାଦ କରାଯାଇଥିବା ସୂଚନା ମିଳିଛି।

Hot this week

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

Related Articles

Popular Categories