www.samajalive.in
Monday, December 8, 2025
17.1 C
Bhubaneswar

ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ପାଇଁ ବଢ଼ିଲା ବିମାନ ଭଡ଼ା, ବେଙ୍ଗାଲୁରୁ-ଅହମ୍ମଦାବାଦ୍‌ ଟିକଟ ମୂଲ୍ୟ ୩୩ ହଜାର

ବେଙ୍ଗାଲୁରୁ: କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ ରବିବାର ଅହମ୍ମଦାବାଦ୍‌ର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଷ୍ଟାଡିୟମରେ ଏହି ମ୍ୟାଚ୍‌ ଦେଖିବାକୁ କ୍ରିକେଟ୍‌ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହେଉଛି। ଫାଇନାଲ ମ୍ୟାଚ୍‌ ଦେଖିବାକୁ ଅହମ୍ମଦାବାଦ୍‌କୁ ବିଭିନ୍ନ ସହରରୁ ଦର୍ଶକ ଆସିବେ। ବିଭିନ୍ନ ସହରର ଦର୍ଶକ ଫାଇନାଲ ମ୍ୟାଚ୍‌ ନିମନ୍ତେ ଟିକଟ କିଣି ସାରିଥିବା ବେଳେ ଅହମ୍ମଦାବାଦ୍‌କୁ ଯିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତେବେ ସେମାନଙ୍କୁ ବିମାନ ଟିକଟ ଦାମ୍‌ ବାଧିପାରେ।

ବେଙ୍ଗାଲୁରୁରୁ ଅହମ୍ମଦାବାଦ୍‌ ବିମାନରେ ଯାତ୍ରା ନିମନ୍ତେ ଟିକଟ ଦାମ୍‌ ସାଧାରଣ ଦିନରେ ୫ହଜାର ୭୦୦ ଟଙ୍କା ହୋଇଥିବା ବେଳେ ନଭେମ୍ବର ୧୮ରେ ବେଙ୍ଗାଲୁରୁରୁ ଅହମ୍ମଦାବାଦ୍‌ ଯିବା ନିମନ୍ତେ ବିମାନ ଟିକଟ ଦାମ୍‌ ୩୩ ହଜାର ଟଙ୍କା ରହିଛି। ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ବିମାନ ଦର ବଢ଼ିଥିବା ଚର୍ଚ୍ଚା ହେଉଛି। ମାତ୍ରାଧିକ ବିମାନ ଟିକଟ ଦାମ୍‌କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରୁ ଦର୍ଶକ ବିମାନ ଯୋଗେ ଅହମ୍ମଦାବାଦ୍‌ରେ ପହଞ୍ଚିବାର ଥିବାରୁ ବିମାନ ଚଳାଚଳରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ଅହମ୍ମଦାବାଦ୍‌ ବିମାନ ବନ୍ଦର କର୍ତ୍ତୃପକ୍ଷ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ସେହିପରି ବିମାନ ବନ୍ଦରରେ ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories