www.samajalive.in
Saturday, December 13, 2025
26.1 C
Bhubaneswar

ମୋଦୀଙ୍କ ସହ ସେଲଫି ନେଲେ ସାଂସଦ ଅପରାଜିତା, ଜୟ ଜଗନ୍ନାଥ କହିଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେଲଫି ନେବା ପରେ ସାମାଜିକ ଗଣମାଧ୍ୟମ ଏକ୍ସରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୁସି ବ୍ୟକ୍ତ କରିଛନ୍ତି। ଏ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ କରିଛନ୍ତି, ଆଜି ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ସେଲଫି ନେବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରିଥିଲେ।


ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, “ଷଡ଼ଙ୍ଗୀ, ଜୟ ଜଗନ୍ନାଥ”। ତା ପରେ ଶ୍ରୀମତୀ ଷଡ଼ଙ୍ଗୀ ସେଲଫି ନେଇଥିଲେ ଯାହାକୁ ସେ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ସାଂସଦ ଅପରାଜିତା କହିଛନ୍ତି, ସେ ଯେତେଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରନ୍ତି, ନିଜକୁ ଗର୍ବିତ ଅନୁଭବ କରନ୍ତି। ପ୍ରଧାନମନ୍ତ୍ରୀଙ୍କୁ ନିଜର ମାର୍ଗଦର୍ଶକ କହିବା ସହ ସାଂସଦ ଅପରାଜିତା କହିଛନ୍ତି ଯେ, ତାଙ୍କ ପାଇଁ ମୋଦୀ ହେଉଛନ୍ତି ବତୀଘର ସଦୃଶ।

- Advertisement -


ଏଥିପାଇଁ ଟ୍ୱିଟ ଜରିଆରେ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories