www.samajalive.in
Friday, December 12, 2025
15.1 C
Bhubaneswar

ମନ ଖୋଲା ହସନ୍ତୁ : କମିବ ଓଜନ, ହେବ ନାହିଁ ମାରାତ୍ମକ ରୋଗ..

ବର୍ତ୍ତମାନ ସମୟରେ ଖରାପ ଅଭ୍ୟାସ ଓ କାମର ପ୍ରଭାବରେ ସଭିଏଁ ଚିନ୍ତାଗ୍ରସ୍ତ ରହିଥାଆନ୍ତି। ଫଳରେ ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ଅଧିକ ଥାଏ। ଏହାସହ କୋଲେଷ୍ଟେରୋଲ୍‌‌ ମଧ୍ୟ ବୃଦ୍ଧି ହୋଇଥାଏ। ଏକ ସରଳ ଉପାୟ ଦ୍ୱାରା ମାରାତ୍ମକ ରୋଗରୁ ରକ୍ଷା ପାଇବା ସହ ସୁସ୍ଥ ରହି ପାରିବେ। ଜାଣନ୍ତୁ..
ସୁସ୍ଥ ରହିବା ପାଇଁ ମନ ଖୋଲା ହସନ୍ତୁ।
ନିୟମିତ ମନ ଖୋଲା ହସିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ। ଏହାର କାରଣ ହେଉଛି ମନଖୋଲା ହସିବା ଦ୍ୱାରା ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ପାଇବା ସହ ପ୍ରତ୍ୟେକ ସ୍ଥାନକୁ ସଠିକ୍‌‌ ପରିମାଣରେ ଅମ୍ଳଜାନ ପହଞ୍ଚିଥାଏ। ଏହାସହ ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହେବା ଫଳରେ ଶରୀରକୁ ରୋଗରୁ ରକ୍ଷା କରିଥାଏ। ବାରମ୍ବାର ରୋଗରେ ନପଡିବା ପାଇଁ ମନ ଖୋଲା ହସନ୍ତୁ।
ମନ ଖୋଲା ହସିବା ଦ୍ୱାରା ହୃଦୟ ଜନିତ ସମସ୍ୟା ହେବାର ସମ୍ଭାବନା ଖୁବ କମ୍‌‌ ଥାଏ। ହସିବା ସମୟରେ ଗଭୀର ଭାବେ ନିଶ୍ୱାସ ପ୍ରଶ୍ୱାସ ନେଇଥାଆନ୍ତି। ଯାଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିଥାଏ। ଏହାଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ହୃଦୟ ଜନିତ ରୋଗ ହେବାର ମଧ୍ୟ ସମ୍ଭାବନା ଖୁବ୍‌‌ କମ୍‌‌ ଥାଏ।
ମନ ଖୋଲା ହସିବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ। କାରଣ ହସିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇ ମନ ସୁସ୍ଥ ରହେ। ହୃଦୟ ଉପରେ କୁପ୍ରଭାବ ପଡେ ନାହିଁ। ରକ୍ତଚାପ ନିୟନ୍ତ୍ରଣରେ ରହେ। ଉଚ୍ଚ ରକ୍ତଚାପ ରୋଗୀ ମନ ଖୋଲା ହସନ୍ତୁ।
ହସିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା କମ୍‌‌ ହୋଇଥାଏ। ଚିନ୍ତା କମ୍‌‌ ହେବା ଦ୍ୱାରା ଶରୀରରେ କର୍ଟିସୋଲ୍ ହରମୋନ୍ ମଧ୍ୟ କମ ହୋଇଥାଏ। ଏହି ହରମୋନ କମ୍‌‌ ହେବା ଫଳରେ ଓଜନ ନିୟନ୍ତ୍ରଣ ହୋଇ ରହେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories