www.samajalive.in
Sunday, December 14, 2025
16.1 C
Bhubaneswar

ଚର୍ଚ୍ଚଛକରେ ହସ୍ତଶିଳ୍ପ ଓ ହସ୍ତକଳା ପ୍ରଦର୍ଶନୀ

କେନ୍ଦୁଝରଗଡ଼ : କେନ୍ଦୁଝରର ପ୍ରସିଦ୍ଧ କାଳୀପୂଜା ଅବସରରେ ଟେଲିଫୋନ ଏକ୍ସଚେଞ୍ଜ ଛକସ୍ଥିତ ମା’ କାଳୀପୂଜା କମିଟି ପକ୍ଷରୁ ଚର୍ଚ୍ଚଛକରେ ଏକ ହସ୍ତଶିଳ୍ପ ଓ ହସ୍ତକଳା ପ୍ରଦର୍ଶନୀ ବୁଧବାର ସନ୍ଧ୍ୟାରେ ଉଦ୍‌‌ଘାଟିତ ହୋଇଯାଇଛି । ଟେଲିଫୋନ ଏକ୍ସଚେଞ୍ଜ ଛକସ୍ଥିତ ମା’ କାଳୀପୂଜା କମିଟିର ବରିଷ୍ଠ ସଦସ୍ୟ ସୁରେଶ ଚନ୍ଦ୍ର ରାଉତ ଓ ବରିଷ୍ଠ ସାମ୍ବାଦିକ ଦେବାଶିଷ ମିଶ୍ର ଏହି ପ୍ରଦର୍ଶନୀକୁ ଉଦ୍‌‌ଘାଟନ କରିବା ଅବସରରେ ଏହା କେନ୍ଦୁଝରବାସୀଙ୍କ ଆବଶ୍ୟକତାକୁ ଅନେକାଂଶରେ ପୂରଣ କରିପାରିବ ବୋଲି ଆଶାପ୍ରକଟ କରିଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରର ବଛାବଛା କାରିଗରଙ୍କ ଦ୍ବାରା ପ୍ରସ୍ତୁତ ହସ୍ତଶିଳ୍ପ ଓ ହସ୍ତକଳା ସାମଗ୍ରୀ ପ୍ରଦର୍ଶନ ସହ ସୁଲଭ ମୂଲ୍ୟରେ ବିକ୍ରି ବ୍ୟବସ୍ଥା କରାଯାଇଥିବାରୁ କାଳୀପୂଜା ମୀନାବଜାର ବୁଲିବାକୁ ଆସୁଥିବା ଦର୍ଶକ ଏହାର ଭରପୁର ଫାଇଦା ନେଇପାରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories