www.samajalive.in
Friday, December 12, 2025
15.1 C
Bhubaneswar

ଜେଟ୍‍ଲୀଙ୍କୁ ନବୀନଙ୍କ ଚିଠି : କେନ୍ଦୁପତ୍ର ଉପରୁ ଜିଏସଟି ୧୮ରୁ ୫ପ୍ରତିଶତକୁ ହ୍ରାସ କରାଯାଉ

ଭୁବନେଶ୍ୱର : କେନ୍ଦୁପତ୍ର ଉପରୁ ଜିଏସଟି ୧୮ ପ୍ରତିଶତରୁ ୫ପ୍ରତିଶତକୁ ହ୍ରାସ କରିବା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା ଜିଏସଟି ପରିଷଦ ଅଧ୍ୟକ୍ଷ ଅରୁଣ ଜେଟଲୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଲଘୁ ବନଜାତ ସାମଗ୍ରୀ କେନ୍ଦୁପତ୍ର ହେଉଛି ଓଡ଼ିଶାର ଅଦିବାସୀ ଲୋକଙ୍କ ଆର୍ଥିକ ଜୀବନରେଖା। ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ(ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ ୨୦୦୬ରେ ଥିବା ବ୍ୟବସ୍ଥା ଅନୁସାରେ ଆଦିବାସୀ ଲୋକମାନଙ୍କୁ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ଅଧିକାର ପ୍ରଦାନ କରାଯାଇଛି। ଏସବୁ ସାମଗ୍ରୀ ସଂଗ୍ରହ ଓ ବିକ୍ରି ଉପରେ ସେମାନଙ୍କର ଅଧିକାର ରହିଛି। ୨୦୧୭ ଜୁଲାଇ ୧ରେ ଜିଏସଟି ପ୍ରଚଳନ ପରେ କେନ୍ଦୁପତ୍ର ଉପରେ ୧୮ପ୍ରତିଶତ ଜିଏସ୍‍ଟି ଲାଗୁ କରାଯାଇଛି। ଓଡ଼ିଶାରେ ଜିଏସ୍‍ଟି ପ୍ରଚଳନ ପୂର୍ବରୁ କେନ୍ଦୁପତ୍ର ଉପରେ ୫ପ୍ରତିଶତ ଭାଟ୍‍ ଲାଗୁ କରାଯାଇଥିଲା। ୫ପ୍ରତିଶତରୁ ୧୮ ପ୍ରତିଶତ ଟିକସ ବୃଦ୍ଧି ଯୋଗୁଁ ହଜାର ହଜାର କୁଇଣ୍ଟାଲ କେନ୍ଦୁପତ୍ର ବିଭିନ୍ନ ଗୋଦାମରେ ପଡ଼ିରହିଛି। ଏହାଦ୍ୱାରା ଓଡ଼ିଶା ବନ ଉନ୍ନୟନ ନିଗମର ଟେଣ୍ଡର ଜରିଆରେ କେନ୍ଦୁପତ୍ର ବିକ୍ରି ମୂଲ୍ୟ ହ୍ରାସ ପାଇଛି। ଏଥିସହିତ ୮.୫ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ସମେତ ଋତୁଭିତ୍ତିକ ଶ୍ରମିକ ଓ ଏ କ୍ଷେତ୍ରରେ କାର୍ଯ୍ୟରତ ବନେ୍ଧଇ ଶ୍ରମିକଙ୍କ ସାମାଜିକ ନିରାପତ୍ତା ଓ କଲ୍ୟାଣକାରୀ ଯୋଜନା ବାଧାପ୍ରାପ୍ତ ହୋଇଛି।
ଜୀବନଜୀବିକା ପାଇଁ କେନ୍ଦୁପତ୍ର ଉପରେ ନିର୍ଭରଶୀଳ ଲୋକମାନଙ୍କ ସ୍ୱାର୍ଥଦୃଷ୍ଟିରୁ ଏ ପ୍ରସଙ୍ଗ ପରବର୍ତ୍ତୀ ଜିଏସଟି ପରିଷଦ ବୈଠକରେ ଉପସ୍ଥାପନ କରାଯିବା ସହିତ କେନ୍ଦୁପତ୍ର ଉପରୁ ଜିଏସଟି ୧୮ରୁ ୫ପ୍ରତିଶତକୁ ହ୍ରାସ କରିବା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories