www.samajalive.in
Saturday, December 13, 2025
26.1 C
Bhubaneswar

ପୁଣେ ମହିଳାଙ୍କଠାରେ ଜିକା ଭୂତାଣୁ ଚିହ୍ନଟ

ପୁଣେ : ମହାରାଷ୍ଟ୍ର ପୁଣେର ୟାରେୱାଡାର ଜଣେ ମହିଳାଙ୍କଠାରେ ଜିକା ଭୂତାଣୁ ଚିହ୍ନଟ ହୋଇଛି । ମହିଳାଙ୍କ ବୟସ ୬୪ ବର୍ଷ ହୋଇଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହି ଘଟଣା ପରେ ରାଜ୍ୟ ସରକାର ସମସ୍ତ ଜିଲା ଓ ପୌର ନିଗମକୁ ସତର୍କତା ଜାରି କରିଛନ୍ତି । ମଶାବଂଶ ନିପାତ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲା ପ୍ରଶାସନକୁ କୁହାଯାଇଛି । ଏପରିକି ପଡ଼ୋଶୀ କର୍ଣ୍ଣାଟକରେ ଜିକା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇଥିବାରୁ ସତର୍କ ରହିବା ଲାଗି କୁହାଯାଇଛି । ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦେଶକ କହିଛନ୍ତି ଯେ ନଭେମ୍ବର ୫ ତାରିଖରେ ପୁଣେ ମହିଳାଙ୍କଠାରେ ଜିକା ଭୂତାଣୁ ଚିହ୍ନଟ ହୋଇଥିଲା। ମହିଳା ଜଣଙ୍କ ଅକ୍ଟୋବର ୧୫ ତାରିଖରେ କେରଳ ଯାଇଥିଲେ। ସେଠାରୁ ଫେରିବା ପରେ ସେ ଜ୍ବରରେ ପୀଡ଼ିତ ହୋଇଥିଲେ । ରକ୍ତ ନମୁନା ପରୀକ୍ଷା ପରେ ତାଙ୍କଠାରେ ଜିକା ଭୂତାଣୁ ଚିହ୍ନଟ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories