ଗୁରୁବାର ରାଶିଫଳ (୧୬.୧୧.୨୦୨୩)

ମେଷ :  ନ୍ୟସ୍ତ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁସ୍ଥ ରହିବେ।

ବୃଷ :  କାର୍ଯ୍ୟକ୍ଷେତ୍ରରେ ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିବେ। ଦୁଶ୍ଚିନ୍ତା ମଧ୍ୟରେ ଗତିକରିବେ। କେବଳ ଶତ୍ରୁ ଦମନ କଲାଭଳି ସୁଯୋଗ ଅଛି। ସମାଜସେବୀଭାବେ କାର୍ଯ୍ୟ କରିବେ।

ମିଥୁନ : ବହୁ ସୁଖଦାୟକ ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବା ସହିତ ଆନନ୍ଦ ଉପଭୋଗ କରିବେ।

କର୍କଟ : ବହୁ ମିତ୍ରଙ୍କ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ବ୍ୟବସାୟ ଲାଭଦାୟକ ହେବ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ସୁସ୍ଥ ରହିବେ।

ସିଂହ : ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପିଲାମାନଙ୍କ ପଢ଼ାପଢ଼ି ପ୍ରତି ଯତ୍ନବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ଥିତି ଅନୁକୂଳ ରହିଛି। ଅଧସ୍ତନମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ।

କନ୍ୟା : ପରିଶ୍ରମ ଅଧିକ ଓ କଷ୍ଟଦାୟକ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରେ ସୁଧାର ଆସିବ। ଯାନବାହନ ସୁଖ ମିଳିପାରେ। କୃଷି କ୍ଷେତ୍ରରୁ ଆୟ ଆସିବ।

ତୁଳା : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନ ପାଇ ଆତ୍ମ ସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭପାଇବେ।

ବିଛା : କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ। ବ୍ୟବସାୟ ଲାଭଦାୟକ ହେବ। ପଦୋନ୍ନତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି। ବିଭିନ୍ନ ସ୍ତରରୁ ଧନାଗମ ହେବ। କରିତ୍‌କର୍ମା ହେବେ।

ଧନୁ : ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।

ମକର : ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରିବେ। କର୍ମଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ।

କୁମ୍ଭ : ଜ୍ଞାନ ପିପାସୁ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ସହିତ ଧନପ୍ରାପ୍ତିର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ କରିବେ।

ମୀନ : କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଶୁଭ କାର୍ଯ୍ୟ ସମ୍ପାଦିତ ହେବ। ସରକାରୀ ସ୍ତରରୁ ଆୟ ଆସିପାରେ। ଅନୁଗୃହୀତ ହେବେ।

Comments are closed.