www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରମିକଙ୍କୁ ଉଦ୍ଧାର ଲାଗି ଥାଇଲ୍ୟାଣ୍ଡ ବିଶେଷଜ୍ଞଙ୍କ ସହାୟତା ଲୋଡ଼ାଗଲା

ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀଠାରେ ନିର୍ମାଣାଧୀନ ସିଲ୍‌କୟାରା ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ପରେ ଏହା ମଧ୍ୟରେ ଫସି ରହିଥିବା ୪୦ଜଣ ଶ୍ରମିକଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଜାରି ରହିଛି। ଶ୍ରମିକଙ୍କୁ ଉଦ୍ଧାର ନିମନ୍ତେ ଭାରତ ସରକାର ଏବେ ଥାଇଲ୍ୟାଣ୍ଡ କମ୍ପାନୀର ସହାୟତା ଲୋଡିଛନ୍ତି। ୨୦୧୮ରେ ଥାଇଲ୍ୟାଣ୍ଡର ଏକ ଗୁମ୍ଫା ମଧ୍ୟରେ ଫସି ରହିଥିବା କେତେକ ପିଲାଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ଥାମ୍ ଲୁଆଙ୍ଗ ଗୁମ୍ଫା ମଧ୍ୟରେ ଥାଇଲ୍ୟାଣ୍ଡ ଜୁନିୟର ଫୁଟବଲ ଟିମ୍‌ର ୧୨ଜଣ ଖେଳାଳି ଦୁଇ ସପ୍ତାହ କାଳ ଫସି ରହିଥିଲେ। ଥାଇଲ୍ୟାଣ୍ଡର ଏକ କମ୍ପାନୀ ଏହି ପିଲାମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ଏବେ ଏହି କମ୍ପାନୀ ସହାୟତାରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ଲାଗି ଯୋଗାଯୋଗ କରାଯାଇଛି। ଏହା ସହିତ ନରୱେର ଜିଓଟେକ୍ନିକାଲ ଇନଷ୍ଟିଚ୍ୟୁଟ୍‌ର ମଧ୍ୟ ସହାୟତା ଲୋଡାଯାଇଛି। ଶ୍ରମିକଙ୍କୁ ଉଦ୍ଧାର ଲାଗି ବଡବଡ ଡ୍ରିଲିଂ ମେସିନକୁ ନୂଆଦିଲ୍ଲୀରୁ ବିମାନ ଯୋଗେ ଉତ୍ତରାଖଣ୍ଡକୁ ଅଣାଯାଇଛି। ଯୋଜନାନୁଯାୟୀ ୩ଫୁଟ ଗୋଲେଇ ବିଶିଷ୍ଟ ୯୦୦ମିଲିମିଟର ପାଇପ୍‌ରେ ଏକ ସ୍ବତନ୍ତ୍ର ରାସ୍ତା ତିଆରି କରାଯିବ ଏବଂ ସେହି ବାଟେ ଶ୍ରମିକଙ୍କୁ ଉଦ୍ଧାର କରାଯିବ। ଡ୍ରିଲିଂ ମେସିନ ସହାୟତାରେ ସୁଡଙ୍ଗର ଭଗ୍ନାବଶେଷ ମଧ୍ୟରେ ପାଇପ୍ ଭର୍ତ୍ତି କରାଯିବ। ଏହି ପାଇପ୍ ଦେଇ ଶ୍ରମିକମାନେ ବାହାରକୁ ବାହାରିବେ। ମାତ୍ର ପ୍ରଥମେ ଯେଉଁ ଡ୍ରିଲିଂ ମେସିନ ବ୍ୟବହାର କରାଯାଇଥିଲା ତାହା ବିଫଳ ହେବାରୁ ଦିଲ୍ଲୀର ବଡ ଡ୍ରିଲିଂ ମେସିନ୍ ଅଣାଯାଇଛି।
ତେବେ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ଅନ୍ୟ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରବିବାର ସକାଳେ ଏହି ସୁଡଙ୍ଗଟି ଭୁଶୁଡି ପଡିବା ପରଠାରୁ ଶ୍ରମିକମାନେ ଏହା ମଧ୍ୟରେ ଫସି ରହିଛନ୍ତି। ତେବେ ଶ୍ରମିକମାନେ ଏବେ ସୁସ୍ଥ ଥିବା କୁହାଯାଇଛି। ସେମାନଙ୍କ ନିକଟକୁ ଖାଦ୍ୟ ଓ ଅମ୍ଳଜାନ ପଠାଯାଉଛି। ବ୍ରହ୍ମଖାଲ- ଯମୁନୋତ୍ରୀ ଜାତୀୟ ରାଜପଥର ସିଲ୍‌କୟାରା ଓ ଦଣ୍ଡାଲଗାଓଁ ମଧ୍ୟରେ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ରବିବାର ସକାଳେ କୌଣସି କାରଣରୁ ଭୁଶୁଡ଼ି ପଡ଼ିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories