www.samajalive.in
Saturday, December 6, 2025
23.1 C
Bhubaneswar

୪ବର୍ଷ ପରେ ପ୍ରତିଶୋଧ

ମୁମ୍ବଇ  : ଭାରତ ଆଇସିସି ଦିନିକିଆ ବିଶ୍ବକପରେ ୪ର୍ଥ ଥର ଲାଗି ଫାଇନାଲରେ ପ୍ରବେଶ କରିଛି। ବୁଧବାର ୱାଙ୍ଖଡେ ଷ୍ଟାଡ଼ିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଭାରତ ୭୦ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଅଗ୍ନିବର୍ଷୀ ବୋଲିଂ ସମ୍ମୁଖୀନ କରି ନପାରି ନ୍ୟୁଜିଲାଣ୍ଡ ଦଳ ୩୨୭ ରନ୍‌ରେ ଅଲଆଉଟ ହୋଇଯାଇଥିଲେ। ସାମି ୫୭ ରନ୍‌ ଦେଇ ୭ଟି ୱିକେଟ୍‌ ନେଇଥିଲେ।
ଭାରତ ପୂର୍ବରୁ ୧୯୮୩, ୨୦୦୩ ଓ ୨୦୧୧ରେ ଫାଇନାଲରେ ପ୍ରବେଶ କରିଥିଲା। ବିଶ୍ବକପ ସେମିଫାଇନାଲରେ ଭାରତ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି। ୨୦୧୯ ବିଶ୍ବକପର ସେମିଫାଇନାଲରେ ଭାରତ ୧୮ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା। ଉକ୍ତ ପରାଜୟର ପ୍ରତିଶୋଧ ଭାରତ ୪ବର୍ଷ ପରେ ନେଇଛି। ଚଳିତ ବିଶ୍ବକପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ୩ୟ ଥର ପାଇଁ ୫ଟି ୱିକେଟ ନେବାରେ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଭାରତ ଦିନିକିଆ ବିଶ୍ବକପରେ କ୍ରମାଗତ ଦଶମ ବିଜୟ ହାସଲ କରିବା ସହିତ ସେମିଫାଇନାଲରେ ସର୍ବାଧିକ ସ୍କୋର କରିଛି। ପୂର୍ବରୁ ୨୦୧୫ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୩୨୮ରନ କରିଥିଲା। ଅଷ୍ଟ୍ରେଲିଆର ଉକ୍ତ ସେମିଫାଇନାଲର ସର୍ବାଧିକ ସ୍କୋର ୩୨୮କୁ ଆଜି ୱାଙ୍ଖଡେରେ ଖେଳାଯାଇଥିବା ମ୍ୟାଚ୍‌ରେ ଅତିକ୍ରମ କରିବା ସହିତ ଭାରତ ୪ ୱିକେଟରେ ୩୯୭ରନ କରିଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories