www.samajalive.in
Saturday, December 13, 2025
26.1 C
Bhubaneswar

ଘଟଗାଁ ଓ ପାଟଣା ବ୍ଲକରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ପାଟଣା : କେନ୍ଦୁଝରର ଘଟଗାଁ ଓ ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । କେନ୍ଦୁଝର ଘଟଗାଁ ବ୍ଲକ ଖଣ୍ଟଘର ପଞ୍ଚାୟତ କାଶିବେଡା ଗ୍ରାମରେ ବିର୍ସା ମୁଣ୍ଡା ମାର୍ଶାଲ ହୋ ଆଖଳା ପକ୍ଷରୁ ବୁଧବାର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହୋ କମିଟି କେନ୍ଦୁଝର ଜିଲ୍ଲାର ଜଳଧର ସିରିକା, ସମ୍ମାନିତ ଅତିଥି ଭାବେ ଘଟଗାଁ ବ୍ଲକ ସଭାପତି ପ୍ରହଲ୍ଲାଦ ଗାଗରାଇ, ସଂସ୍କୃତି ସମ୍ପାଦକ ଶରତ ପୂର୍ତି, ଶିକ୍ଷକ ରାମେଶ୍ୱର ସଏ, ଖଣ୍ଟଘର ପଞ୍ଚାୟତ ସଭାପତି ତଥା ଉପଦେଷ୍ଟା ପାଣ୍ଡବ ଚାତମା, ପିପିଳିଆ ସଭାପତି ବାବୁଲି ଘସା, ପିପିଳିଆ ପଞ୍ଚାୟତ ଉପଦେଷ୍ଟା ସୁକ୍ରା ଘଡସରା, ତୋରାଣିପୋଖରି ସଭାପତି ପିତାମ୍ବର ସୁରି, ସ୍ଥାନୀୟ ଓ୍ବାଡ ସଭ୍ୟ ସରସ୍ଵତୀ ମୁଣ୍ଡା ପ୍ରମୁଖ ଯୋଗ ଦେଇ ସହିଦ୍ ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏହା ସହ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ନଭେମ୍ବର ୧୫ ଦିନଟିକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ହୋ ସମ୍ପ୍ରଦାୟର ମହିଳା ଓ ପୁରୁଷ ମାନେ ମାଦଳର ତାଳେ ତାଳେ ନିଜ ସମ୍ପ୍ରଦାୟର ଗୀତ ବୋଲି ନାଚ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଗୌରାଙ୍ଗ ମୁଣ୍ଡା, ବିଜୟ ମୁଣ୍ଡା, ସିଙ୍ଗରାୟ ମୁଣ୍ଡା, ଧନୁରାମ ମୁଣ୍ଡା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।
ପାଟଣାରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ
ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ସଅଁରାପଶି ଠାରେ ବିର୍ସା ମୁଣ୍ଡା ହୋ ସମାଜ ମାର୍ଶାଲ ଆକାଲା ପକ୍ଷରୁ  ଶହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବିର୍ସା ମୁଣ୍ଡା ହୋ ସମାଜର ସଭାପତି ସୁଦର୍ଶନ ଡାଙ୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ,ସାମାଜିକ କର୍ମୀ ଅଜୟ କୁମାର ଦାଶ, ଟାଙ୍ଗରପଡା ସରପଞ୍ଚ ଅନିରୁଦ୍ଧ ନାଏକ, ବି ଏମ ଏଚ ଏସ ଏମ ଏ ର ଉପଦେଷ୍ଟା ଜୀବସିଂ ମୁନ୍ଦିୟା ,ଦୁର୍ଗା ଚରଣ ପିଙ୍ଗୁଆ,ବଡପାଟଣା ସରପଞ୍ଚ ବିନତି ବାନରା, ସାହାରପଡା ବ୍ଲକ ସଭାପତି ବାଦଲ ଜେରାଇ, ସାମାଜିକ କର୍ମୀ ପାଇକରାୟ ଚାମ୍ପିୟା,ପୂର୍ବତନ ବଡ଼ପାଟଣା ସରପଞ୍ଚ ସୋମବାରି ମୁଣ୍ଡା, ସାମାଜିକ କର୍ମୀ ସୁଦର୍ଶନ ଲୋହାର, ଲକ୍ଷ୍ମୀ ଲୋହାର,ପୂର୍ବତନ କେନ୍ଦେଇପଶି ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ।ଶହୀଦ ବିର୍ସା ମୁଣ୍ଡାଙ୍କ ଜୀବନାଦର୍ଶ ରେ ଅନୁପ୍ରାଣିତ ହୋଇ ସମାଜ ଓ ଦେଶ ପାଇଁ କାମ କରିବା ପାଇଁ ଅତିଥି ବକ୍ତାମାନେ ପରାମର୍ଶ ଦେଇଥିଲେ। ଇଂରେଜ ଶାସନକୁ ପିଲା ଦିନରୁ ବିରୋଧ କରି ସେ ଶେଷରେ ଶହୀଦ ହୋଇ ଯାଇଥିଲେ । ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ଆଜି ମନେ ପକାଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ସାନନାଳୀରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ 
ସାହାରପଡ଼ା ଅନ୍ତର୍ଗତ ଉଦୟପୁର ଗ୍ରାମ ସାନନାଳୀ ହାଟ ପଡିଆଠାରେ ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।  ପାଟଣା ବିଧାୟକ ଜଗନ୍ନାଥ ନାୟକ ଯୋଗଦେଇ ପ୍ରଥମେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ପରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାୟକ, ସମ୍ମାନୀତ ଅତିଥି ଭାବେ ବିଜେଡ଼ି କୃଷକ ସେଲ ଜିଲ୍ଲା ସଭାପତି ଦୀପକ ରାଜ, କୃଷ୍ଣଚନ୍ଦ୍ର ମହାପାତ୍ର, ବିଜେଡି ଜିଲ୍ଲା ଯୁବ ଉପସଭାପତି ପ୍ରଣବ କୁମାର ପହି, ଉଦୟପୁର ସମିତି ସଭ୍ୟା ରିନୁ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ବିର୍ଷା ମୁଣ୍ଡାଙ୍କ ଜୀବନୀ ଦେଶ ଭକ୍ତି ସମ୍ୱନ୍ଧରେ ବକ୍ତବ୍ୟ ମାନ ରଖିଥିଲେ । ବିର୍ସା ମୁଣ୍ଡା କମିଟି ସାନନାଳୀର ସଭାପତି ରାଧାକାନ୍ତ ମୁଣ୍ଡା ଏହି ଅନୁଷ୍ଠାନ  ଦଶ ବ​ର୍ଷ ପୂରଣ କରିଛି ବୋଲି କହିଥିଲେ । ଦଶ ବର୍ଷ ପୂର୍ଣ୍ଣ ହୋଇ ଥିଲେ ମଧ୍ୟ ମାଟିର ମଞ୍ଚ ଟି ପକ୍କା ହୋଇ ପାରି ନାହିଁ । ଏହା ହାଟ ପଡିଆ ରେ ଅନୁଷ୍ଠିତ ହେଉଛି । ଏଠାରେ ପାନୀୟ ଜଳ ର ସୁବିଧା ନଥିବାରୁ ଏକ ନଳ କୂପ ଖନନ ନିମନ୍ତେ ବିଧାୟକ ଙ୍କ ନିକଟ ରେ ଦାବି ଜଣାଇ ଥିଲେ। ଏହା ଆଗାମୀ ଦୁଇ ଦିନ ଧରି ଚାଲିବ ଆଦିବାସୀ ନୃତ୍ୟ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories