www.samajalive.in
Saturday, December 6, 2025
23.1 C
Bhubaneswar

୩୫ତମ ଶିଶୁ କ୍ରୀଡ଼ା ଉତ୍ସବ

ଫୁଲବାଣୀ : ଫୁଲବାଣୀର ସର୍ବପୁରାତନ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ୩୫ତମ ଶିଶୁ କ୍ରୀଡ଼ା ଉତ୍ସବ ପାଳିତ ହୋଇ ଯାଇଛି । ଫୁଲବାଣୀ ପୌର ପରିଷଦର ସମସ୍ତ ସ୍କୁଲର ଛାତ୍ର-ଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ନର୍ସରୀ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବାପିଲାମାନଙ୍କ ମଧ୍ୟରେ ୨୯ଟି ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ତିନି ଦିନ ବ୍ୟାପି ଏହି ଶିଶୁକ୍ରୀଡ଼ା ଉତ୍ସବକୁ ଜିଲ୍ଲା କ୍ରୀଡ଼ା ସଙ୍ଘର ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଉଦଘାଟନ କରିଥିବା ବେଳେ, ଫୁଲବାଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ଅଜିତ୍ କୁମାର  ପଟ୍ଟନାୟକ ମୁଖ୍ୟ  ଅତିଥି  ରୂପେ  ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉଦବୋଧନ ଦେଇଥିଲେ। ଶିଶୁ ଦିବସ ଅବସରରେ ପରିଷଦର ସଭାପତି ବିଜୟକୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ବରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ  କନ୍ଧମାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ସମ୍ମାନୀତ ଜିଲ୍ଲା କ୍ରୀଡା ଅଧିକାରୀ ସମୀର ରଞ୍ଜନ ନାୟକ , ପୂର୍ବତ୍ତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ଯୋଗଦେଇ କନ୍ଧମାଳରେ ଭବିଷ୍ୟତରେ ଭଲ କ୍ରୀଡ଼ାବିତ୍ ସୃଷ୍ଟିହେବା ପାଇଁ ଛାତ୍ର, ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ୩୫ ବର୍ଷ ହେବ ଚାଲିଥିବା ଶିଶୁ କ୍ରୀଡ଼ା ଉତ୍ସବର ଉଜ୍ଜ୍ଵଳ ଭବିଷ୍ୟତ କାମନା ସହ ଉଚ୍ଚ ପ୍ରଶଂସା କରିଥିଲେ। ଇଶାରାଣୀ ବେହେରା ଓ ଶ୍ରଦ୍ଧାଞ୍ଜଳି କହଁରଙ୍କୁ ଶ୍ରାବଣୀ ନନ୍ଦ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । କ୍ରୀଡ଼ା ଶିକ୍ଷକ ରଙ୍କନିଧି ବେହେରା ,ପ୍ରଶାନ୍ତ ଚନ୍ଦ୍ର ବେହେରା, ବିଭୂତି ଭୂଷଣ ବେହେରା, ସଞ୍ଜୀବ ବେହେରା, ଗୌର ଚନ୍ଦ୍ର ମହାନ୍ତି କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ପରିଷଦର ସଭ୍ୟ ବିପିନ ପଟ୍ଟନାୟକ, ସତ୍ୟବ୍ରତ ପାତ୍ର,ଶଶି ଭୂଷଣ ପ୍ରଧାନ, ଶରତ ଚନ୍ଦ୍ର ମହାନ୍ତି, ଅଶୋକ କୁମାର ମିଶ୍ର,ସଚ୍ଚିଦାନନ୍ଦ ମହାପାତ୍ର,ପ୍ରସନ୍ନ କୁମାର  ବିଷୋୟୀ, ମହେନ୍ଦ୍ର ସୁବୁଦ୍ଧି, ପ୍ରଭାତ କୁମାର ଦାସ,ସଂଗ୍ରାମ ସିଂ ପଟ୍ଟନାୟକ ପ୍ରଭୃତି ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଟ ସଭ୍ୟ ବନ ବିହାରୀ ନନ୍ଦ ଓ କ୍ରୀଡ଼ା ସମ୍ପାଦକ ଦିଲୀପ କୁମାର ବାଘ ପରିଚାଳନା କରିଥିଲେ  ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories