www.samajalive.in
Sunday, December 14, 2025
15.1 C
Bhubaneswar

ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ (ନାକ୍) ଟିମ୍

ଫୁଲବାଣୀ-ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେଶନ କାଉନସିଲ (ନାକ୍) ପିୟର ଟିମ୍ ର ଏକ ୩ ଜଣିଆ ସଦସ୍ୟ ବିଶିଷ୍ଟ ପ୍ରତନିଧି ଦଳ କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ୨ ଦିନିଆ ପରିଦର୍ଶନରେ ଆସିଛନ୍ତି । ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ତଥା ଶୈକ୍ଷିକ ଗୁଣବତ୍ତାକୁ ନାକ୍ ତରଫରୁ ଏକ ୩ ଜଣିଆ ପ୍ରତିନିଧି ଦଳ ମୂଲ୍ୟାୟନ କରିବେ ବୋଲି ଜଣାପଡିଛି । ଏଥିରେ ପ୍ରଫେସର ଭେଙ୍କଟ ଚଳାପଥିଙ୍କ ଅଧ୍ୟକ୍ଷତାରେ ଆସିଥିବା ପ୍ରତିନିଧି ଦଳରେ ପ୍ରଫେସର ବି.ଏଚ୍. ସୁରେଶ ( ସଦସ୍ୟ ସଂଯୋଜକ ) ଏବଂ ଡକ୍ଟର ଏସ.ସାୱନ୍ତ ( ସଦସ୍ୟ ) ରହିଛନ୍ତି ।

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁବାସ ଚନ୍ଦ୍ର ପ୍ରଧାନଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ନାକ୍ ଟିମ୍ ର ସଦସ୍ୟମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ପ୍ରଥମେ ଦିନରେ ଉକ୍ତ ଟିମ୍ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ସହ ମହାବିଦ୍ୟାଳୟର ବିଭିନ୍ନ ଆନୁଷଙ୍ଗିକ ଭିତ୍ତିଭୂମି ସମ୍ବନ୍ଧରେ ଆଲୋଚନା କରିବା ସହିତ ବିଭିନ୍ନ ବିଭାଗ ଯଥା ଇତିହାସ ବିଭାଗ, ଉଦ୍ଭିଦ ବିଜ୍ଞାନ ବିଭାଗ, ପଦାର୍ଥ ବିଜ୍ଞାନ ବିଭାଗ, ପ୍ରାଣୀ ବିଜ୍ଞାନ ବିଭାଗ, ନୃତତ୍ତ୍ୱ ବିଭାଗ, ଇଂରାଜୀ ବିଭାଗ, ବାଣିଜ୍ୟ ବିଭାଗ ଏବଂ ଭୂଗୋଳ ବିଭାଗ ଗୁଡ଼ିକର ବାର୍ଷିକ ନଥିପତ୍ର ଗୁଡ଼ିକକୁ ତର୍ଜମା କରିବା ସହିତ ବିଭାର ଭିତ୍ତିଭୂମି ବୁଲି ଦେଖିଥିଲେ ।

- Advertisement -

ଏହା ସହିତ ବିଭିନ୍ନ ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଓ ଅଧ୍ୟାପିକା, ଛାତ୍ରଛାତ୍ରୀ, ପୂରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଛାତ୍ରାବାସ, ବ୍ୟାୟାମ ଶାଳା, ବିଜ୍ଞାନ ପରୀକ୍ଷାଗାର, ଗ୍ରନ୍ଥାଗାର, ଭାଷା ପ୍ରୟୋଗଶାଳା ଏବଂ ସାଇବର ଗ୍ରନ୍ଥାଗାର ପରିଦର୍ଶନ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଜିଲ୍ଲାର ବିଭିନ୍ନ ବୁଦ୍ଧିଜୀବୀ, ଏବଂ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ । ସନ୍ଧ୍ୟା ସମୟରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗୁରୁବାର ଗସ୍ତର ଦ୍ବିତୀୟ ଦିନରେ ନାକ୍ ପ୍ରତିନିଧିମାନେ ମହାବିଦ୍ୟାଳୟ ର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories