www.samajalive.in
Sunday, December 14, 2025
26.1 C
Bhubaneswar

ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗକୁ ବିଜେଡି ପକ୍ଷରୁ ଖଣ୍ଡନ

ଗୁରୁଡିଝାଟିଆ :  ଆଠଗଡ ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ପ୍ରଗତି ସବୁକ୍ଷେତ୍ରରେ ଦେଖିବାରେ ମିଳୁଛି। କୃଷି, ସାମାଜିକ ସୁରକ୍ଷା, ଶ୍ରମିକ, ଶିଳ୍ପ, ଗମନାଗମନ ଆଦି କ୍ଷେତ୍ରରେ ଢେର ବିକାଶ ହୋଇଛି । ହେଲେ ଏହାକୁ କିଛି କୁଚକ୍ରୀ ଲୋକ ଯାହାଙ୍କର ଅପରାଧିକ ପୃଷ୍ପଭୂମି ରହିଛି ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ନବେଢା ଅଞ୍ଚଳରେ ସାମାଜିକ ଶାନ୍ତି ବ୍ୟାହତ କରିବା, ଜନସାଧାରଣଙ୍କୁ ପ୍ରଲୋଭିତ କରି ଅରାଜକତା ସୃଷ୍ଟି କରିବା ଦିଗରେ ମୁହାଁଇଛନ୍ତି । ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ଆୟୁଧ କରି ଜନତା ଦରବାର ଜରିଆରେ ହାତ ଗଣତି ନିଜ ସମର୍ଥକଙ୍କୁ ଆଣି ଆରୋପ ଲଗାଇଛନ୍ତି । ଯାହାକୁ ଆଜି ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ଏଭଳି କୁଚକ୍ରି ଗୋଷ୍ଠୀକୁ ଓ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ଆଠଗଡ ଜନସାଧାରଣ ଦୃଢ ଜବାବ ଦେବେ ବୋଲି ଆଠଗଡ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ କହିଛନ୍ତି ।

ପ୍ରକାଶଯୋଗ୍ୟ ଚଳିତମାସ ପ୍ରଥମ ସପ୍ତାହରେ କୁମାରପୁର ଠାରେ ଅଭୟ ବାରିକ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ଆୟୁଧ କରି ନିଜର କିଛି ନିର୍ଦ୍ଧିଷ୍ଟ ସମର୍ଥକଙ୍କ ଜରିଆରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ତାଙ୍କର ସମର୍ଥକ ଶ୍ରୀ ଆଚାର୍ଯ୍ୟ ବ୍ୟାପକ ଦୁର୍ନୀତି କରିବା ନେଇ କହିଥିଲେ। ଏପରିକି ନିର୍ଦ୍ଧିଷ୍ଟ ଗଣମାଧ୍ୟମ କିଛି ହାତଗଣତି ଲୋକଙ୍କୁ ଧରି ଏଭଳି କାର୍ଯ୍ୟକ୍ରମ କରିବାକୁ ଶ୍ରୀ ଆଚାର୍ଯ୍ୟ ଦୃଢ ନିନ୍ଦା କରିବା ସହିତ ଖୋଲା ଆହ୍ୱାନ କରିଛନ୍ତି। କୌଣସି ସ୍ଥାନରେ ଆମ ଅଞ୍ଚଳରେ ପିସିକୁ ପ୍ରଶୟ ଦିଆଯାଉନାହିଁ। ଦୁର୍ନୀତି କଥା ଯାହା କୁହାଯାଇଛି ଯଦି ଏହାର ପ୍ରମାଣ ଦିଆଯାଏ ତାହା ତଥ୍ୟ ଭିତ୍ତିକ ଭାବରେ ପ୍ରଦାନ କଲେ ତାହାର ସଠିକ୍ ଉତ୍ତର ମଧ୍ୟ ଦିଆଯାଇପାରିବ। କିନ୍ତୁ ତାହା ନକରାଯାଇ ଔଷଧ ନଖାଇ ତାଟିଆ କାମୁଡିବା ନ୍ୟାୟରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବା ନିମନ୍ତେ ଶ୍ରୀ ବାରିକ ଉଦ୍ୟମ ଚଳାଇବା ନିନ୍ଦନୀୟ ବୋଲି ଶ୍ରୀ ଆଚାର୍ଯ୍ୟ କହିବା ସହିତ ଆଗାମୀ ଦିନରେ ଆଠଗଡର ଭୋଟର ଏହାର ଦୃଢ ଜବାବ ଦେବେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀ ଶ୍ରୀ ଆଚାର୍ଯ୍ୟଙ୍କ ସହିତ ଆଠଗଡ ବିଜୁ ଯୁବଜନତାଦଳ ସଭାପତି ବିନୋଦ କୁମାର ମାଝି, ଖୁଣ୍ଟୁଣୀ ସରପଞ୍ଚ କୈଳାସ ଚନ୍ଦ୍ର ଦାସ, କଣ୍ଡରେଇ ସରପଞ୍ଚ ଜ୍ଞାନ ରଞ୍ଜନ ଦାଶ, ଛଅଗାଁ ସରପଞ୍ଚ ତୁଷାର ସାହୁ, ନାରୀନେତ୍ରୀ ମିତା ରାଉତ ଙ୍କ ସହିତ ଜିଲ୍ଲା ପରିଷଦ ଜୋନ-୨ ଅନ୍ତର୍ଗତ ସମସ୍ତ ସରପଞ୍ଚ,ସମିତିସଭ୍ୟ ଓ ଆଗଧାଡିର କର୍ମୀମାନେ ଉପସ୍ଥିତ ରହିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories