www.samajalive.in
Sunday, December 14, 2025
26.1 C
Bhubaneswar

ଧବଳେଶ୍ୱରଙ୍କୁ ଦର୍ଶନ କଲେ ଦେଢଲକ୍ଷ ଶ୍ରଦ୍ଧାଳୁ

ଗୁରୁଡିଝାଟିଆ: କାର୍ତ୍ତିକର ସୋମବାରରେ ପ୍ରଭୁ ଧବଳେଶ୍ୱରଙ୍କ ପୀଠରେ ଅହେତୁକ ଭିଡ ପରିଲଖିତ ହୋଇଥିଲା। ଶ୍ରଦ୍ଧାଳୁଙ୍କ ସଂଖ୍ୟା ପ୍ରାୟ ଦେଢଲକ୍ଷ ହୋଇଥିବାରୁ ଏହା ପଞ୍ଚକର ଭ୍ରମ ସୃଷ୍ଟି କରିଥିଲା। ଶ୍ରଦ୍ଧାଳୁମାନେ ଦୀର୍ଘ ସମୟ ଧରି ଲମ୍ବାଧାଡିରେ ଛିଡା ହୋଇଥିଲେ। ଏପରିକି ପୁରୁଣା କଟକ-ସମ୍ବଲପୁର ରାସ୍ତାର ମଞ୍ଚେଶ୍ୱର ଯାତ୍ରା ପଡିଆ ଠାରୁ ପାଇକରାପୁର ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ଭୁଶୁଡି ପଡିଥିଲା। ଅହେତୁକ ଭିଡକୁ ଦୃଷ୍ଟିରେ ରଖି ମହିଳା ଲୁଟେରାମାନେ ମାତିଛନ୍ତି । ଭୋଗମଣ୍ଡପ ନିକଟରେ ଆଜି ବାଙ୍କି ଅଞ୍ଚଳର ଜଣେ ମହିଳାଙ୍କ ଠାରୁ ଦେଢ ଭରିର ସୁନାଚେନ ଲୁଟି ନେଇଛନ୍ତି । ଭିଡ ଏପରି ହୋଇଥିଲା ଯେ ସ୍ଥାନୀୟ ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ସେଠୀ ଫୋର୍ସମାନଙ୍କ ସହିତ ଦୀର୍ଘ ସମୟ ଧରି କସରତ କରିଥିଲେ । ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ପୀଠରେ ଦର୍ଶନ ପାଇଁ ଭିଡ ଲଗାଇଥିବାରୁ ଅନ୍ନପ୍ରସାଦ ମଧ୍ୟ ମିଳିନଥିଲା। ପିଇବା ପାଣି ମଧ୍ୟ ମଳିଲା ନାହିଁ। ଭୋର ୪ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ପୀଠକୁ ଛୁଟିଥିଲେ। ଏପରିକି ପୂଜକ ସମିତିର ସଦସ୍ୟମାନେ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତିଶୃଙ୍ଖଳାର ସହିତ ଦର୍ଶନ ପାଇଁ ସହଯୋଗ କରିଥିଲେ। ଭୋର ସାଢେ ୩ଟାରେ ପ୍ରଭୁଙ୍କ ପହଡ ଖୋଲାଯାଇ ମଙ୍ଗଳ ଆଳତୀ, ଧୂପ ସ୍ନାନ କରାଯିବା ପରେ ଭୋର ୪ଟାରେ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ପହଡ ଖୋଲାଯାଇଥିଲା। ଆଠଗଡ ଦେବୋତ୍ତର କାର୍ଯ୍ୟନିର୍ବାହା ଅଧିକାରୀ ପ୍ରଶାନ୍ତ କୁମାର ତରାଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସୁପରଭାଇଜର ଭବାନୀଶଙ୍କର ପଣ୍ଡା ଓ ନୀତି ପାଳିଆଙ୍କ ଜରିଆରେ ପ୍ରଭୁଙ୍କ ସମସ୍ତ ନୀତିକାନ୍ତ ସମାପନ ହୋଇଥିଲା। ସକାଳେ ବାଳଭୋଗ ଓ ପୂର୍ବାହ୍ନ ୧୧ଟାରେ ସିଙ୍କୁଡି ଭୋଗ ଓ ସନ୍ଧ୍ୟାରେ ଆଳତୀ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories