www.samajalive.in
Saturday, December 13, 2025
15.1 C
Bhubaneswar

ମୀନଗୁର ଧାନମଣ୍ଡିିରେ କଂଗ୍ରେସର କର୍ମୀ ସମ୍ମିଳନୀ

କଲମପୁର : ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଲମପୁର ବ୍ଲକ ଅଧୀନସ୍ଥ ମୀନଗୁର ଧାନମଣ୍ଡିରେ କଲମପୁର ବ୍ଲକ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି । ବ୍ଲକ ସଭାପତିଙ୍କ ଅନୁପସ୍ଥିତିରେ ବରିଷ୍ଠ କର୍ମୀ ପିତାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଦିଗାମ୍ବାର ଦୁରିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଦୀର୍ଘ ୨୫ ବର୍ଷ ଧରି କଂଗ୍ରେସ ଦଳ ରାଜ୍ୟରେ କ୍ଷମତା ଠାରୁ ଦୂରେଇ ରହିଛି । ସ୍ଥାନୀୟ କେହି ପ୍ରତିନିଧି ବିଧାୟକ ଅଥବା ସାଂସଦ ଭାବେ ନିର୍ବାଚିତ ହେଇ ପାରୁନାହାଁନ୍ତି । ତାହାର ପ୍ରମୁଖ କାରଣ ଦଳୀୟ ସଂଗଠନରେ ଦୁର୍ବଳତା । ସଂଗଠନ ସଜାଡିବା ଦାୟିତ୍ୱରେ ଥିବା ବରିଷ୍ଠ ନେତୃମଣ୍ଡଳି ତୃଣମୂଳ ସଂଗଠନ ପ୍ରତି ଅବହେଳାକୁ କର୍ମୀ ଦାୟୀ କରିଥିଲେ। କଂଗ୍ରେସର ଦୁର୍ଗ କୁହାଯାଉଥିବା କଲମପୁର ଅଂଚଳରେ ଏବେ ବି.ଜେ.ଡି, ବି.ଜେ.ପି ନିଜର ଗଡ ସୃଷ୍ଟି କରିବାରେ ସମର୍ଥ ହେଇ ସାରିଛନ୍ତି । ବର୍ତ୍ତମାନ ଦଳୀୟ ସଂଗଠନକୁ କିଭଳି ଦୃଢ କରି ପୁଣି ଥରେ କଲମପୁର ଅଂଚଳରେ କଂଗ୍ରେସ ତାର ପୂର୍ବ ସମର୍ଥନ ପାଇବ ସେନେଇ ପ୍ରାୟସ ଆରମ୍ଭ କରାଯାଇଛି । କର୍ମୀ ସମ୍ମିଳନୀରେ ସନ୍ତୋଷ ପାଢୀ, ଚତୁର୍ଭୁଜ ପଣ୍ଡା, ଡାକେଶ୍ୱର ଲହଜଲ, ପଦ୍ମ କିଶୋର ନାଏକ, ରତନ ନାଏକ, ପବିତ୍ର ବାଗ, ବେଣୁପାଣି ଦୁର୍ଗା, ଜଗନ୍ନାଥ ନାଏକ, ଗଣେଶ ନାଗ, ଶ୍ୟାମ ସୁନ୍ଦର ବାଗ, ରବି ନାରାୟଣ ବେହେରା, ହରିଶଙ୍କର ଦୀପ ପ୍ରମୁଖ  ଆଲୋଚନା କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories