www.samajalive.in
Friday, December 5, 2025
26.1 C
Bhubaneswar

ପ୍ରାଥମିକ ଶିକ୍ଷା ହେବ ଡିଜିଟାଲ, ଶିକ୍ଷକଙ୍କୁ ମିଳିବ ୮ ଇଞ୍ଚିଆ ଟାବ୍‌ଲେଟ୍‌

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଡିଜିଟାଲ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଅନ୍‌ଲାଇନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷକଙ୍କୁ ଟାବ୍‌ ଦେବାକୁ ନିଷ୍ପତ୍ତି ହୋଇଛି। ଶିକ୍ଷାଦାନ କ୍ଷେତ୍ରରେ ଏହି ଟାବ୍‌ ସହାୟକ ହେବ। ସମଗ୍ର ଶିକ୍ଷା ଅଧୀନରେ ଟିଚର୍ସ ରିସୋର୍ସ ପ୍ୟାକେଜ୍‌ର କାର୍ଯ୍ୟକାରୀ ପାଇଁ ବିଦ୍ୟାଳୟସ୍ତରରେ ୮ ଇଞ୍ଚ ବିଶିଷ୍ଟ ଟାବ୍‌ଲେଟ୍‌ କମ୍ପ୍ୟୁଟର ଦିଆଯିବ। ଏନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ସାହା ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ବିଦ୍ୟାଳୟସ୍ତରରେ ଟାବ୍‌ ବଣ୍ଟନ ପାଇଁ ୪ ସୂତ୍ରୀ ନିର୍ଦେଶାବଳୀ ଜାରି ହୋଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରାପ୍ତ ହେବାକୁ ଥିବା ଟାବ୍‌ ବିଦ୍ୟାଳୟର ସମ୍ପତ୍ତି। ଓସେପା ପକ୍ଷରୁ ପ୍ରଦତ୍ତ ତାଲିକା ଅନୁସାରେ ଶିକ୍ଷକଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଟାବ୍ ବଣ୍ଟନ କରିବେ। ଯଦି ତାଲିକାରେ ଥିବା କୌଣସି ଶିକ୍ଷକ ଉକ୍ତ ବିଦ୍ୟାଳୟରେ ନ ଥାନ୍ତି ତାହାହେଲେ ସମ୍ପୃକ୍ତ ବିଦ୍ୟାଳୟରେ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ଅନ୍ୟ ଶିକ୍ଷକଙ୍କୁ ଏହା ଦିଆଯିବ ବୋଲି ଜଣାପଡ଼ିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories