www.samajalive.in
Monday, December 8, 2025
13.1 C
Bhubaneswar

ପାକିସ୍ତାନକୁ ୯୩ ରନରେ ହରାଇଲା ଇଂଲଣ୍ଡ, ପାକିସ୍ତାନ ଓ ଇଂଲଣ୍ଡର ବିଶ୍ବକପ ଅଭିଯାନ ଶେଷ

କଲକାତା : ପାକିସ୍ତାନକୁ ୯୩ ରନରେ ହରାଇ ଇଂଲଣ୍ଡ ବିଜୟୀ ହୋଇଛି। ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ପାକିସ୍ତାନକୁ ୩୩୭ ରନ ଟାର୍ଗେଟ ଦେଇଥିଲା। ତେବେ ପାକିସ୍ତାନ ଦଳ ସବୁ ୱିକେଟ ହରାଇ ମାତ୍ର ୨୪୪ ରନ ସ୍କୋର କରିବାରେ ସଫଳ ହୋଇଥିଲା। କଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଇଥିବା ଆଇସିସି ବିଶ୍ବକପର ଏହି ମ୍ୟାଚରେ ପାକିସ୍ତାନକୁ ୯୩ ରନରେ ଇଂଲଣ୍ଡ ପରାସ୍ତ କରିଥିଲା। ଆଜିର ମ୍ୟାଚ ପରେ ଉଭୟ ଦଳର ବିଶ୍ବକପ ଅଭିଯାନ ଶେଷ ହୋଇଯାଇଛି।
ଆଜି ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ୫୯ ଓ ଡାଓ୍ବିଡ୍ ମଲାନ ୩୧ ସ୍କୋର କରିଥିଲେ। ଏହି ଦୁଇ ଓପନର ଆଉଟ ହେବା ପରେ ଆସିଥିବା ଜୋ ରୁଟ୍ ୬୦ ଓ ବେନ ଷ୍ଟୋକ୍ସ ୮୪ ରନ ପାର୍ଟନରସିପ ଇଂଲଣ୍ଡକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲା। ସେହିପରି ଜସ ବଟଲର ୨୭ରନ ଓ ହେରି ବ୍ରୁକ୍ସ ୩୦ ରନ କରିଥିଲେ। ଇଂଲଣ୍ଡ ୫୦ ଓଭରରେ ୯ୱିକେଟ ହରାଇ ୩୩୭ ରନ କରିଥିଲା। ପାକିସ୍ତାନ ପକ୍ଷରୁ ହାରିସ୍ ରୌଫ ୩ଟି ୱିକେଟ ନେଇଥିବାବେଳେ ଶାହିନ ଆଫ୍ରିଦି ୨ଟି ୱିକେଟ ନେଇଥିଲେ।

ତେବେ ୩୩୭ ରନର ପିଛା କରି ୪୩.୩ ଓଭରରେ ପାକିସ୍ତାନ ସମସ୍ତ ୱିକେଟ ହରାଇ ୨୪୪ ରନ ସଂଗ୍ରହ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ପାକିସ୍ତାନର ସଲମନ ଅଲ୍ଲି ଆଘା ସର୍ବାଧିକ ୫୧ ରନ କରିଥିଲେ। ଇଂଲଣ୍ଡର ଡାଭିଡ ୱିଲିଂଙ୍କୁ ୩ ୱିକେଟ ଏବଂ ମୋଇନ ଅଲ୍ଲି, ଆଦିଲ ରସିଦ ଓ ଗୁସ ଆଟକିନସନଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା। ଡାଭିଡ ୱିଲିଂଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories