www.samajalive.in
Monday, December 8, 2025
24.1 C
Bhubaneswar

୪ ଘଣ୍ଟା ପରେ ବି ଆସିଲାନି ଆମ୍ବୁଲାନ୍ସ, ଆଖି ବୁଜିଲେ ବୃଦ୍ଧ

କେଶଦୁରାପାଳ: ୪ ଘଣ୍ଟା ଅପେକ୍ଷା କରି ଶେଷରେ ଆଖି ବୁଜିଲେ ବୃଦ୍ଧା, ମିଳିଲାନି ଆମ୍ବୁଲାନ୍ସ ସେବା। ରୋଗରେ ପୀଡିତ ହୋଇ କଟକ ସ୍ଥାନାନ୍ତର ହୋଇଥିବା ଜଣେ ବୃଦ୍ଧ ଆମ୍ବୁଲାନ୍ସ ପାଇଁ ଦୀର୍ଘ ୪ ଘଣ୍ଟା ଅପେକ୍ଷା କରି କରି ଶେଷରେ ମୃତ୍ୟୁବରଣ କରିଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ। ସୂଚନାରୁ ପ୍ରକାଶ ଯେ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାମ୍ଫିଡି ଗ୍ରାମର ବାଜିଆ ପାତ୍ର ଅସୁସ୍ଥ ହୋଇ ପଡିଥିଲେ। ପରିବାର ଲୋକେ ବାଜିଆଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରିଥିଲେ। ସେମାନେ ଗରିବ ହୋଇଥିବାରୁ ପରିବାର ଲୋକେ ଆମ୍ବୁଲାନ୍ସରେ ସ୍ଥାନାନ୍ତର ପାଇଁ ସ୍ୱାସ୍ଥ୍ୟମିତ୍ରଙ୍କ ପାଖକୁ ବାରମ୍ବାର ଯାଇଥିଲେ। କିନ୍ତୁ ଆମ୍ବୁଲାନ୍ସ ଯୋଗାଡ ହୋଇ ପାରୁନଥିବା କାରଣରୁ ପରିବାର ଲୋକଙ୍କୁ ଅନ୍ୟ ଭଡ଼ା ଗାଡ଼ିରେ ନେବା ପାଇଁ କହିଥିଲେ। ଶେଷରେ ଆମ୍ବୁଲାନ୍ସ ନପାଇ ପାଖାପାଖି ୫ ଘଣ୍ଟା ପରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା ଯାହାକୁ ନେଇ ଉପଖଣ୍ଡ ଚିକିତ୍ସାଳୟରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories