www.samajalive.in
Sunday, December 14, 2025
23.1 C
Bhubaneswar

‘ହିନ୍ଦୁମାନେ ସହନଶୀଳ; ଆମେ ସେମାନଙ୍କଠାରୁ ବଞ୍ଚିବା ଶିଖିଛୁ’

ନୂଆଦିଲ୍ଲୀ : ଲବ୍ଧପ୍ରତିଷ୍ଠ କବି ତଥା ଗୀତିକାର ଜାଭେଦ ଅଖତାର ହିନ୍ଦୁ ସମ୍ପ୍ରଦାୟଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜାଭେଦ କହିଛନ୍ତି ଯେ ହିନ୍ଦୁମାନେ ବହୁତ ସହନଶୀଳ। ସେମାନଙ୍କ ଠାରୁ ଆମେ ଜୀବନ ବଞ୍ଚିବାର ଶୈଳୀ ଶିକ୍ଷା କରିଛୁ। ସମାଜରେ ଅସହିଷ୍ଣୁତା ବୃଦ୍ଧି ପାଉଥିବାବେଳେ ହିନ୍ଦୁମାନେ ବହୁତ ଉଦାର ଓ ହୃଦୟବାନ। ଗୁରୁବାର ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନଏସ୍‌) ପକ୍ଷରୁ ଦୀପାବଳି ଉପଲକ୍ଷେ ଆୟୋଜିତ ଦୀପୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ଜାଭେଦ ଏହା କହିଛନ୍ତି। ସେ କହିଛନ୍ତି ଯେ ସମାଜରେ ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଅସହିଷ୍ଣୁ। ମାତ୍ର ହିନ୍ଦୁମାନେ ସେମାନଙ୍କ ଭଳି ନୁହନ୍ତି। ହିନ୍ଦୁମାନଙ୍କ ଠାରେ ବଦାନ୍ୟତା ଗୁଣ ରହିଛି। ଆଉ ହିନ୍ଦୁମାନେ ଏହି ଗୁଣକୁ ଛାଡିବା ଉଚିତ୍‌ ନୁହେଁ। ଅନ୍ୟଥା ସେମାନେ ଅନ୍ୟମାନଙ୍କ ଭଳି ହୋଇଯିବେ। ସେ କହିଛନ୍ତି ଯେ ହିନ୍ଦୁ ସଂସ୍କୃତି ଓ ପରମ୍ପରା ଯୋଗୁଁ ଦେଶରେ ଗଣତନ୍ତ୍ର ବଞ୍ଚି ରହିଛି। ଜାଭେଦ କହିଛନ୍ତି ଭଗବାନ ରାମ ଓ ମାତା ସୀତାଙ୍କ ଭୂମିରେ ସେ ଜନ୍ମଗ୍ରହଣ କରିଥିବାରୁ ବହୁତ ଗର୍ବିତ। ସେ ଜଣେ ନାସ୍ତିକ ହୋଇଥିବାବେଳେ ଭଗବାନ ରାମ ଓ ସୀତାଙ୍କୁ ଦେଶର ସମ୍ପତ୍ତି ବୋଲି ବିବେଚନା କରନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories