www.samajalive.in
Sunday, December 14, 2025
19.1 C
Bhubaneswar

ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଏକ୍ସପ୍ରେସୱେ ସଚେତନତା ରଥ

ସମ୍ବଲପୁର: ଭାରତର ବୃହତ୍ତମ ବେସରକାରୀ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଏକ୍ସପ୍ରେସ ୱେ ସଚେତନତା କାର୍ଯ୍ୟକ୍ରମ ସମ୍ବଲପୁର ସାର୍କିଲରେ ଆରମ୍ଭ କରାଯାଇଛି। ରିର୍ଜଭ ବ୍ୟାଙ୍କର ନିର୍ଦ୍ଦେଶାନୁଯାୟୀ, ଦେଶରେ ଡିଜିଟାଲ ବ୍ୟାଙ୍କିଂ ସେବାକୁ ଗତି ଦେବା ଏବଂ ବିଭିନ୍ନ ଋଣ ପ୍ରଦାନ ବ୍ୟବସ୍ଥାକୁ ସରଳ କରିବା ପାଇଁ ଏଚଡିଏଫସି ବ୍ୟାଙ୍କ ତରଫରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏଚଡିଏଫସି ବ୍ୟାଙ୍କ ତରଫରୁ ସୁନା ଋଣ, ଗୃହ ଋଣ, କାର ଋଣ ଆଦି କମ ଦରରେ ପ୍ରଦାନ କରିବା ଲକ୍ଷ୍ୟରେ ଏହି ସେବା ଆରମ୍ଭ କରାଯାଇଥିବା ବେଳେ ଜନତାଙ୍କ ମଧ୍ୟରେ ପାର୍ବଣ ସମୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ ସମ୍ବଲପୁର ଠାରେ ଶୁକ୍ରବାର ପୂର୍ବାହ୍ନରେ କରାଯାଇଛି। ସ୍ଥାନୀୟ ବୁଢ଼ାରଜା ସ୍ଥିତ ବ୍ୟାଙ୍କର ଓଡ଼ିଶା ସାର୍କିଲ – ୧ ମୁଖ୍ୟାଳୟ ଠାରେ ବ୍ୟାଙ୍କର ସାର୍କିଲ – ୧ର ମୁଖ୍ୟ ଶୁଭାଶିଷ ଚୌଧୁରୀ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି କ୍ଲଷ୍ଟର ମୁଖ୍ୟ ଅଂଶୁମାନ ଦାସ ରୂପେ ଯୋଗ ଦେଇ ଏକ୍ସପ୍ରେସୱେ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ବ୍ୟାଙ୍କର ଶାଖା ପରିଚାଳକ ଦେବାଶିଷ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏହି ରଥ ସମ୍ବଲପୁର ଜିଲାରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ସଚେତନତା ସୃଷ୍ଟି କରିବା ପରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲା ଗୁଡିକରେ ପରିକ୍ରମା କରି ଜନ ସଚେତନତା କରିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories