www.samajalive.in
Thursday, December 11, 2025
18.1 C
Bhubaneswar

ଚାଉଳ ପାଇବାରୁ ବଂଚିତ ୧୪୪ ହିତାଧିକାରୀ

ଲଡୁଗାଁ: ଲଡୁଗାଁ ପଞ୍ଚାୟତର ଆଇଁଲି ଗ୍ରାମ ତିନୋଟି ୱାର୍ଡ ୧୮, ୧୯, ୨୦କୁ ନେଇ ଗଠିତ ହୋଇଥିବା ବେଳେ ଉକ୍ତ ୱାର୍ଡ଼ର ପ୍ରାୟ ୧୪୪ ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଖାଉଟିଙ୍କ ଅଭିଯୋଗ ଅନୁସାରେ, ବିଗତ ତିନି ମାସ ହେବ ସେମାନଙ୍କୁ ରାସନ ସାମଗ୍ରୀ ଦିଆଯାଉନି। ପ୍ରତି ମାସରେ ମିଳୁଥିବା ଜିନିଷ ତିନି ମାସ ହେଲାଣି ପାଉନଥିବାରୁ ତିନି କିଲୋମିଟର ଚାଲିଚାଲି ପଞ୍ଚାୟତ ପାଖକୁ ରାସନ କାର୍ଡଧାରୀ ଯାଉଛନ୍ତି। ହେଲେ ବାରମ୍ବାର ହିତାଧିକାରୀ ମାନଙ୍କୁ କୁଆଡେ ଫେରାଇ ଦିଆଯାଉଛି। ଏଭଳି ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ନିଜ ସମସ୍ୟା ସମାଧାନ ନିମନ୍ତେ ଅଭିଯୋଗ କରିବାକୁ ଆସିଥିଲେ ହେଁ ବିଡିଓ ଅନୁପସ୍ଥିତ ଥିବା ଯୋଗୁଁ ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁଙ୍କୁ ଜଣାଇଥିଲେ।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories