ଗୋପାଳପୁର: ଡୁରା ସ୍ଥିତ ରାମ ନାରୟଣ ଡିଗ୍ରୀ କଲେଜରେ ପ୍ରାଣୀ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡ଼. ଉଷା ରାଣୀ ବ୍ରହ୍ମାଙ୍କ ଅଧକ୍ଷତାରେ ସ୍ୱାଗତ ସମ୍ବର୍ଦ୍ଧନା ସହ ଦୀପାବଳି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦିନକୁ ଦିନ ବାୟୁ ମଣ୍ଡଳ ପ୍ରଦୂଷଣ ହେଉଥିବାରୁ ଏହାକୁ ନଜରରେ ରଖି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ଥର ଆଲୋକ ଏବଂ ରଙ୍ଗୋଲିରେ ଦୀପାବଳି ପାଳିବା ପାଇଁ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ଅର୍ଚନା ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଅର୍ଥନୀତି ବିଭାଗର ଅଧ୍ୟାପକ ଡ଼. ରାଜେଶ କୁମାର ପଶୁପାଳକ, ଗଣିତ ବିଭାଗର ସୁରେଶ କୁମାର ସାମନ୍ତରାୟ, ପରୀକ୍ଷାଗାର ସହାୟକ କୃତୀ ବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



