www.samajalive.in
Saturday, December 13, 2025
26.1 C
Bhubaneswar

ପଥର ବୋଝେଇ ଟ୍ରକ ଓ ଟ୍ରାକ୍ଟର ଜବତ

ଆଠଗଡ : ଆଠଗଡ ତହସିଲର ସ୍ୱତନ୍ତ୍ର ସ୍କ୍ବାର୍ଡ ଶୁକ୍ରବାର ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ କରି ମାଙ୍କଡା ପଥର ବୋଝେଇ ୨ଟି ଟ୍ରକ ଓ ଗୋଟିଏ ଟ୍ରାକ୍ଟର ଜବତ କରିଥିବା ଜଣାପଡିଛି । ନବନିଯୁକ୍ତ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ସଦର ରାଜସ୍ୱ ନିରୀକ୍ଷକ ସିଲୁ ସାହୁ, ଖୁଣ୍ଟୁକଟା ରାଜସ୍ୱ ନିରୀକ୍ଷକ ଶୁଭମୟ ପଣ୍ଡା ଏବଂ ସମସରପୁର ରାଜସ୍ୱ ନିରୀକ୍ଷକ ସତ୍ୟଜିତ୍‌‌ ପଣ୍ଡା ଅନ୍ୟ କର୍ମଚାରୀଙ୍କ ସହଯୋଗରେ ଚାନ୍ଦବାଲିଛକଠାରୁ ୨ଟି ମାଙ୍କଡା ପଥର ବୋଝେଇ ଟ୍ରକ ଏବଂ କନ୍ତୋଲଠାରୁ ଗୋଟିଏ ମାଙ୍କଡାପଥର ବୋଝେଇ ଟ୍ରାକ୍ଟର ଜବତ କରି ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ । ଟ୍ରକ ଦୁଇଟିରୁ ୩୦ହଜାର ଟଙ୍କା ଲେଖାଏଁ ଏବଂ ଟ୍ରାକ୍ଟର ମାଲିକଠାରୁ ୧୦ହଜାର ଟଙ୍କା ଜୋରିମନା ଆଦାୟ ପରେ ଗାଡିଗୁଡିକୁ ଛାଡି ଦିଆଯାଇଥିଲା। ଆଠଗଡ ଅଞ୍ଚଳରେ ଲଘୁ ଖଣିଜ ସାମଗ୍ରୀ ଚୋରା ଚାଲାଣ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ସ୍ୱାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories